www.samajalive.in
Monday, December 15, 2025
14.1 C
Bhubaneswar

ଖିଲାପ କଲେ ଦଣ୍ଡ

ଭୁବନେଶ୍ୱର  : ସରକାରୀସ୍ତରରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ ଓ ବିଭାଗ ପାଇଁ ସରକାର ପ୍ରୋତ୍ସାହନର ବ୍ୟବସ୍ଥା କରିଛନ୍ତି। ଅନ୍ୟପକ୍ଷରେ ଏଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ ଓ ବିଭାଗଗୁଡ଼ିକ ପାଇଁ ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏନେଇ ବିଧାନସଭାରେ ଓଡ଼ିଶା ସରକାରୀ ଭାଷା ଅଧିନିୟମ-୧୯୫୪କୁ ଅଧିକତର ସଂଶୋଧନ କରିବା ନିମନ୍ତେ ଆସିଥିବା ଓଡ଼ିଶା ସରକାରୀ ଭାଷା(ସଂଶୋଧନ) ବିଧେୟକ-୨୦୧୮ଗୃହରେ ପାରିତ ହୋଇଛି। ୧୯୫୪ ଆଇନର ଧାରା ୪ ପରେ ପୁରସ୍କାର ବା ଦଣ୍ଡ ବିଧାନ କ୍ରମରେ ଏହି ଧାରା ସଂଯୁକ୍ତ କରାଯାଇଛି।
ରାଜ୍ୟ ସରକାର, ସରକାରୀ ଭାଷାର ବ୍ୟାପକ ବ୍ୟବହାର ନିମନ୍ତେ ପ୍ରୋତ୍ସାହନ ଏବଂ ଖିଲାପ କରୁଥିବା କର୍ମଚାରୀ ଓ ବିଭାଗଗୁଡ଼ିକ ବିରୋଧରେ ଦଣ୍ଡବିଧାନ ସକାଶେ ନିୟମାବଳୀରେ ଉପଯୁକ୍ତ ବ୍ୟବସ୍ଥା କରିବେ। ଗତ ଡିସେମ୍ବର ୨୬ ତାରିଖରେ ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ
ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଥିଲା। ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ବିଧେୟକ ଉପରେ ସୂଚନା ଦେଇ କହିଥିଲେ, ଆଇନ ସଂଶୋଧନ ହେଲେ ପ୍ରୋତ୍ସାହନ ଓ ଦଣ୍ଡବିଧାନ ନେଇ ସରକାର ନିୟମ ପ୍ରଣୟନ କରିବେ। ବହୁଳ ଭାବେ କିଭଳି ଓଡ଼ିଆ ଭାଷାର ବ୍ୟବହାର ହେବ ସେଥିପାଇଁ ସରକାର ପଦକ୍ଷେପ ନେଇଥିବା ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଥିଲେ।
ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଧେୟକକୁ ସ୍ୱାଗତ କରିଥିଲେ। ତେବେ ଆଇନ ଉଲ୍ଳଘଂନର ସଂଜ୍ଞା ସମ୍ପର୍କରେ ସେ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ଓ ଅଫିସରମାନେ ଓଡ଼ିଆରେ ମନ୍ତବ୍ୟ ନରଖିଲେ କି ପ୍ରକାର ଦଣ୍ଡ ମିଳିବ ସେକଥା ସ୍ପଷ୍ଟ ହେବା ଦରକାର ବୋଲି ସେ କହିଥିଲେ।
ଶାସକ ସଦସ୍ୟ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବିଧାୟକ ମହେଶ ସାହୁ, ପ୍ରିୟଦର୍ଶୀ ମିଶ୍ର ଓ ଦିବ୍ୟଶଙ୍କର ମିଶ୍ର ଆଲୋଚନାରେ ଭାଗ ନେଇଥିଲେ। ବାଚନିକ ଭୋଟରେ ବିଧେୟକ ପାରିତ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories