www.samajalive.in
Sunday, December 14, 2025
19.1 C
Bhubaneswar

କଲେଜିୟମ ନିଷ୍ପତ୍ତି ସ୍ଥଗିତ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ କେ ଏମ୍‍ ଯୋଶେଫଙ୍କ ପଦୋନ୍ନତି ପ୍ରସଙ୍ଗରେ ସୁପ୍ରିମକୋର୍ଟ କଲେଜିୟମ୍‍ ନିଷ୍ପତ୍ତି ସ୍ଥଗିତ ରଖିଛନ୍ତି। ଜଷ୍ଟିସ ଯୋଶେଫଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦେବାକୁ କଲେଜିୟମ୍‍ ନିଷ୍ପତ୍ତି ନେବା ପୂର୍ବକ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା। ତେବେ ସରକାର କଲେଜିୟମର ପ୍ରସ୍ତାବକୁ ଫେରାଇ ଦେବା ପୂର୍ବକ ଏହାର ପୁନର୍ବିଚାର କରିବାକୁ ପତ୍ର ଲେଖିଥିଲେ। ସରକାରଙ୍କ ପତ୍ର ଆଧାରରେ ସୁପ୍ରିମକୋର୍ଟ କଲେଜିୟମ୍‍ ଜଷ୍ଟିସ ଯୋଶେଫଙ୍କ ପଦୋନ୍ନତି ବାବଦରେ ପୁନର୍ବିଚାର ପାଇଁ ବୁଧବାର ଏକାଠି ହୋଇଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନେତୃତ୍ୱରେ କଲେଜିୟମ୍‍ର ଅନ୍ୟ ସଦସ୍ୟ ଜଷ୍ଟିସ ଜେ ଚେଲମେଶ୍ୱର, ଜଷ୍ଟିସ ରଞ୍ଜନ ଗୋଗଇ, ଜଷ୍ଟିସ ମଦନ ବି ଲୋକୁର ଓ ଜଷ୍ଟିସ କୁରିଏନ ଯୋଶେଫ ବୈଠକ କରିଥିଲେ। ବୈଠକରେ ଜଷ୍ଟିସ ଯୋଶେଫଙ୍କ ପଦୋନ୍ନତି ବାବଦରେ ପୁନର୍ବିଚାର କରାଯାଇଥିବାବେଳେ ଏହାର ନିଷ୍ପତ୍ତି ସ୍ଥଗିତ ରଖାଯାଇଛି। କଲେଜିୟମ୍‍ରେ କୋଲକାତା, ରାଜସ୍ଥାନ, ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ବିଭିନ୍ନ ବିଚାରପତିଙ୍କ ପଦୋନ୍ନତି ବାବଦରେ ବିଚାର କରାଯାଇଥିବା ଜଣାଯାଇଛି। ତେବେ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।
ଜାନୁଆରୀ ୧୦ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ୍‍ ଜଷ୍ଟିସ ଯୋଶେଫ ଓ ବରିଷ୍ଠ ଓକିଲ ଇନ୍ଦୁ ମାଲହୋତ୍ରାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାଲାଗି ସରକାରଙ୍କୁ ସୁପାରିସ କରିଥିଲେ। ଏପ୍ରିଲ ୨୬ରେ ସରକାର ଇନ୍ଦୁ ମାଲହୋତ୍ରାଙ୍କ ନାମକୁ ଅନୁମୋଦନ କରିବା ପୂର୍ବକ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେଇଥିଲେ। ତେବେ ଜଷ୍ଟିସ ଯୋଶେଫଙ୍କ ନାମକୁ ସରକାର ଫେରାଇ ଦେବା ପୂର୍ବକ ଏହା ଉପରେ ପୁନର୍ବିଚାର କରିବାକୁ କଲେଜିୟମ୍‍ଙ୍କୁ କହିଥିଲେ। କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ରଙ୍କ ନିକଟକୁ ଏ ପ୍ରସଙ୍ଗରେ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ ଯେ ଜଷ୍ଟିସ ଯୋଶେଫଙ୍କ ପଦୋନ୍ନତି ଦେବା ଯଥାର୍ଥ ହେବ ନାହିଁ। ଅନ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ବିଚାରପତିମାନେ ବରିଷ୍ଠତା ଭିତ୍ତିରେ ପଦୋନ୍ନତି ପାଇବାକୁ ଯୋଗ୍ୟ ଥିବାବେଳେ ଜଷ୍ଟିସ ଯୋଶେଫଙ୍କ ନାମକୁ ଅନୁମୋଦନ କରିବା ଠିକ୍‍ ହେବ ନାହିଁ ବୋଲି ଆଇନ ମନ୍ତ୍ରୀ କହିଥିଲେ। ଜଷ୍ଟିସ ଯୋଶେଫ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କେରଳ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ୨୦୧୪ ଜୁଲାଇରେ ସେ ଉତ୍ତରାଖଣ୍ଡର ମୁଖ୍ୟ ବିଚାରପତି ଶପଥ ଗ୍ରହଣ କରିଥିଲେ। ଜଷ୍ଟିସ ଯୋଶେଫଙ୍କ ପିତା ଜଷ୍ଟିସ କେକେ ଯୋଶେଫ ସୁପ୍ରିମକୋର୍ଟର ବିଚାରପତି ଥିଲେ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories