www.samajalive.in
Monday, December 8, 2025
14.1 C
Bhubaneswar

ଲସ୍କର-ଏ-ତୋଇବା ଅର୍ଥରେ ନିର୍ମାଣ ହୋଇଛି ପାଲୱାଲ ମସଜିଦ୍‍: ଏନ୍‍ଆଇଏ

ପାଲୱାଲ : କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା (ଏଲ୍‍ଇଟି) ଅର୍ଥରେ ହରିୟାଣା ପାଲୱାଲ ଜିଲାରେ ଏକ ମସଜିଦ୍‍ ନିର୍ମିତ ହୋଇଛି ବୋଲି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‍ଆଇଏ) ତଦନ୍ତରୁ ପଦାକୁ ଆସିଛି। ପାଲୱାଲ ଜିଲାର ଉତ୍ତାୱାର ଗ୍ରାମରେ ଏହି ମସଜିଜ୍‍ ନିର୍ମାଣ ହୋଇଛି ଓ ଏହାର ନାମ ଖୁଲାଫା-ଏ-ରାଶଦିନ ରଖାଯାଇଛି। ଲସ୍କର ନିଜ ଆତଙ୍କବାଦୀ ସଂଗଠନ ଫଲାହ-ଏ-ଇନସାନିୟତ ସଂଗଠନ ଜରିଆରେ ମସଜିଦ୍ ନିର୍ମାଣ ପାଇଁ ପାଣ୍ଠି ଯୋଗାଉଥିଲା । ଅପରପକ୍ଷେ ଗ୍ରାମ ମୁଖିଆ ଏନ୍‍ଆଇଏର ତଦନ୍ତ ରିପୋର୍ଟକୁ ଖଣ୍ଡନ କରିଛନ୍ତି।
ଏନ୍‍ଆଇଏ ପକ୍ଷରୁ ଅକ୍ଟୋବର ୩ରେ ଏହାର ତଦନ୍ତ କରାଯାଇଥିଲା। ଏହାର ୩ ଦିନ ପରେ ଟେଣ୍ଡର ଫିକ୍ସିଂ ଅଭିଯୋଗରେ ମସଜିଦ୍‍ର ଇମାମ ମୋହମ୍ମଦ ସଲମାନଙ୍କ ସମେତ ୩ ଜଣଙ୍କୁ ଏନ୍‍ଆଇଏ ପକ୍ଷରୁ ଗିରଫ କରାଯାଇଥିଲା। ମସଜିଦ୍‍ର ଇମାମ ମୋହମ୍ମଦ ସଲମାନଙ୍କୁ ଦୁବାଇ ନିବାସୀ ପାକିସ୍ତାନ ନାଗରିକ କାମରାନଙ୍କ ନାମରେ ୭୦ ଲକ୍ଷ ଟଙ୍କାର ଏକ ଚେକ୍‍ ମିଳିଥିଲା। କୁହାଯାଉଛି ଯେ କାମରାନ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ପାଇଁ କାର୍ଯ୍ୟ କରେ। ଭାରତରେ ଆତଙ୍କବାଦୀ କାର୍ଯ୍ୟ ଚଲାଇବା ପାଇଁ କାମରନା ପାଣ୍ଠି ଯୋଗାଇଥାଏ। ଖବର ଅନୁସାରେ ଏଠାକାର ବାସିନ୍ଦାଙ୍କୁ ସଲମାନଙ୍କ ସହ ଲସ୍କରର ସମ୍ପର୍କ ବିଷୟରେ ଜଣାନଥିଲା। ଏହି ମସଜିଦ୍‍ ଏକ ବିବାଦୀୟ ଜମିରେ ନିର୍ମିତ ହୋଇଥିବା ଜଣାପଡ଼ିଛି। ଏନ୍‍ଆଇଏ ପକ୍ଷରୁ ମସଜିଦ୍‍ ପଦାଧିକାରୀଙ୍କୁ ପଚରାଉଚୁରା କରାଯାଉଛି। ଦାନ ଓ ବିଭିନ୍ନ ଦସ୍ତାବିଜ୍‍ର ବିବରଣୀକୁ ଜବତ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories