www.samajalive.in
Monday, December 15, 2025
15.1 C
Bhubaneswar

ଭିମସାର ପରିଦର୍ଶନ କରିବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରତିନିଧି ମଣ୍ଡଳ

ସମ୍ବଲପୁର: ବହୁବିଧି ସମସ୍ୟା ଦେଇ ଗତି କରୁଥିବା ବୁର୍ଲା ଭିମସାରର ବିକାଶର ଆଶା ପୂରଣ ହେବ ଭଳିଆ ଜଣାପଡିଛି। ପଶ୍ଚିମ ଓଡିଶା ତଥା ପଡୋଶୀ ରାଜ୍ୟମାନଙ୍କର ପ୍ରମୁଖ ସ୍ୱାସ୍ଥ୍ୟ କେନ୍ଦ୍ର ପାଲଟିଥିବା ବୁର୍ଲା ଭିମସାରକୁ ଖୁବ ଶିଘ୍ର କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ଉଚ୍ଚକ୍ଷମତା ସମ୍ପନ୍ନ ପ୍ରତିନିଧି ମଣ୍ଡଳ ପରିଦର୍ଶନ କରିବେ। ବିଶ୍ୱସ୍ତସୂତ୍ରରୁ ଜଣାପଡିଛି ଯେ, ଓଡିଶାରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠାନର ପ୍ରତିଷ୍ଠା ସୁନ୍ଦରଗଡ ଜିଲାର ଶଙ୍କରା ଠାରେ ସ୍ଥାନ ସ୍ଥିରିକୃତ କରାଯାଇଛି। ଏହି ପ୍ରତିଷ୍ଠାନକୁ ଯଥା ଶିଘ୍ର କାର୍ଯ୍ୟକ୍ଷମ ଓ ଭିତ୍ତିଭୂମିର ଆକଳନ କରିବା ପାଇଁ ଖୁବ ଶିଘ୍ର କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଉଚ୍ଚକ୍ଷମତା ସମ୍ପନ୍ନ ପ୍ରତିନିଧି ମଣ୍ଡଳ ଓଡିଶା ଗସ୍ତରେ ଆସିବେ।

ସୁନ୍ଦରଗଡ ଠାରେ ଏମ୍ସ ପ୍ରତିଷ୍ଠା ସର୍ମ୍ପକରେ ସମସ୍ତ ବିଷୟର ତଦାରଖ ଓ ଆକଳନ ପରେ ବୁର୍ଲା ଭିମସାରକୁ ମଧ୍ୟ ପରିଦର୍ଶନ କରିବେ। ବୁର୍ଲା ଭିମସାର ପରିଦର୍ଶନ ସମୟରେ ପ୍ରତିନିଧି ମଣ୍ଡଳ ଏହାର ଭିତ୍ତିଭୂମି, ଅସୁବିଧା ଆଦି ବିଭିନ୍ନ ରୋଗୀ ସେବା ଉପରେ ଆକଳନ କରିବେ। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ସୁନ୍ଦରଗଡରେ ଏମ୍ସକୁ କାର୍ଯ୍ୟକ୍ଷମ କରିବା ଏବଂ ବୁର୍ଲା ଭିମସାରର ବିକାଶ ନିମନ୍ତେ କିଛି ଠୋସ ଯୋଜନା ହାତକୁ ନେଇଛନ୍ତି। କେନ୍ଦ୍ର ସରକାର ଗତ ବର୍ଷ ବିହାର ରାଜ୍ୟରେ ଦ୍ୱିତୀୟ ଏମ୍ସ ସ୍ଥାପିତ ହେବା ପରେ ଓଡିଶାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗତ ନଭେମ୍ବର ମାସରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ରାଜେଶ ଭୂଷଣଙ୍କ ଓଡିଶାରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଚିଠି ଲେଖିଥିଲେ।

- Advertisement -

ଆଦିବାସୀ ଅଧ୍ୟୁଷିତ ପଶ୍ଚିମ ଓଡିଶାର ଜିଲା ମାନଙ୍କୁ ଅଧିକ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ସୁନ୍ଦରଗଡ ଠାରେ ରାଜ୍ୟରେ ଦ୍ୱିତୀୟ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟ ସଚିବ କେନ୍ଦ୍ର ସରକାରଙ୍କ ସମ୍ମୁଖରେ ଯୁକ୍ତି ବାଢ଼ିଥିଲେ। ଏହା ସହିତ ଏନଟିପିସି ଦ୍ୱାରା ପାରିପାର୍ଶ୍ବକ ପାଣ୍ଠିରୁ ସୁନ୍ଦରଗଡର ଶଙ୍କରା ଠାରେ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଭିତ୍ତି ଭୂମ଼ି ନିର୍ମିତ ହୋଇ ରହିଥିବାରୁ କେନ୍ଦ୍ର ସରକାରଙ୍କ ଅଧିକ ଖର୍ଚ୍ଚ ମଧ୍ୟ କରିବାକୁ ପଡିବ ନାହିଁ ଏବଂ ଭିତ୍ତଭୂମି ରହିଥିବା ଅଞ୍ଚଳକୁ ଯାତାୟାତ କରିବା ପାଇଁ ବିମାନ, ରେଳ ଓ ସଡକ ପଥ ଭଲ ସୁବିଧା ରହିଛି ବୋଲି ମୁଖ୍ୟ ଶାସନ ସଚିବ ତ୍ରିପାଠୀ ଚିଠି ଜରିଆରେ କେନ୍ଦ୍ର ସରକାରଙ୍କ ଜଣାଇଥିଲେ। ଭିମସାରକୁ ମଧ୍ୟ ବହୁ ଦିନରୁ ସୁପର ସ୍ପେଶିଆଲିଟୀ ହସ୍ପିଟାଲ କରିବା ପାଇଁ ଦାବି କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories