www.samajalive.in
Monday, December 15, 2025
17.1 C
Bhubaneswar

ମୁଖ୍ୟସ୍ରୋତରେ ସାମିଲ ହୁଅ

କୋରାପୁଟ : ସରକାରଙ୍କ ଥଇଥାନ ଯୋଜନାରୁ ଲାଭ ଉଠାଇବା ପାଇଁ ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ପୁଲିସ ମହାନିର୍ଦେଶକ ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା ଆହ୍ୱାନ ଦେଇଛନ୍ତି। ମଙ୍ଗଳବାର ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଡିଜିପି ଶ୍ରୀ ଶର୍ମା ଡୁକରୀ ଘାଟିରେ ଯବାନମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଏହା ମାଓ ଦମନ ଦିଗରେ ଏକ ବଡ଼ ସଫଳତା ବୋଲି କହିଛନ୍ତି। ଏହା ବ୍ୟତୀତ ଗୁଇନ୍ଦା ବିଭାଗକୁ ଅଧିକରୁ ଅଧିକ ସକ୍ରିୟ କରିବା ନେଇ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ମାଓବାଦୀଙ୍କ ଗତିବିଧି ଉପରେ ୨୪ ଘଣ୍ଟିଆ ତୀକ୍ଷ୍ଣ ନଜର ରଖିବାକୁ ସେ ପରାମର୍ଶ ଦେଇଥିଲେ। ଗତ ୨୫ ତାରିଖରେ ହୋଇଥିବା କମ୍ବିଂ ଗୁଇନ୍ଦା ସୂଚନା ଭିତ୍ତିରେ କରାଯାଇଥିବା ବେଳେ ଏଥିରେ ୪ଜଣ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା, ଯାହାକି ପୁଲିସ ବାହିନୀର ମନୋବଳ ବଢ଼ାଇ ପାରିଛି ବୋଲି ଶ୍ରୀ ଶର୍ମା କହିଥିଲେ। ସୂଚନା ଯୋଗ୍ୟ, କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ତଳଗୁମାଣ୍ଡି ଅଞ୍ଚଳରେ ପୁଲିସର କମ୍ବିଂ ଚାଲିଥିବା ବେଳେ ନାରାୟଣପାଟଣା ଡିଭିଜନର ମାଓ ନେତାଙ୍କ ସହ ୪ଜଣ ମାଓବାଦୀ ନିହତ ହୋଇଥିଲେ। ମାଲକାନଗିରି ପରେ କୋରାପୁଟରେ ଏହି ସଫଳତା ସୁଙ୍କି ଘାଟି ବିସ୍ଫୋରଣରେ ପୁଲିସ ଡ୍ରାଇଭର ହତ୍ୟା ଘଟଣାରେ ଉପଯୁକ୍ତ ବଦଲା ବୋଲି ଶ୍ରୀ ଶର୍ମା କହିବା ସହ ଏଥିରେ ସମ୍ପୃକ୍ତ ଯବାନଙ୍କୁ ପ୍ରଶଂସା କରିଥିଲେ। ଏହି ଅବସରରେ ହିଂସାତ୍ମକ କାର୍ଯ୍ୟ ଛାଡି ମାଓ କାର୍ଯ୍ୟକଳାପରୁ ନିବୃତ ହୋଇ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଶ୍ରୀ ଶର୍ମା ମାଓବାଦୀମାନଙ୍କୁ ଆହ୍ୱାନ କରିଥିଲେ। ସରକାରଙ୍କ ଥଇଥାନ ନୀତିର ଲାଭ ଉଠାଇବାକୁ ସେ କହିଥିଲେ। ନଚେତ ଏ ପ୍ରକାରେ ପୁଲିସ ଗୁଳିରେ ମୃତ୍ୟୁବରଣ କରିବେ ବୋଲି ମଧ୍ୟ ଚେତାଇ ଦେଇଥିଲେ। ମୃତ୍ୟୁବରଣ କରିଥିବା ସମସ୍ତ ମହିଳା ମାଓବାଦୀଙ୍କ ପରିଚୟ ତଦନ୍ତ ପରେ ଜଣାପଡିବ ବୋଲି କହିଥିଲେ। ତେବେ ଉକ୍ତ ମାଓ ହମଲାରେ ମାଓନେତା ଅରୁଣାଙ୍କ ସମ୍ପୃକ୍ତି ନେଇ ଅନୁମାନ କରାଯାଉଥିଲେ ମଧ୍ୟ ତଦନ୍ତ ପରେ ଜଣାପଡିବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ଶର୍ମା କହିଥିଲେ। ଏହି ଘଟଣା ପରେ ପୁଲିସର ମନୋବଳ ଦୃଢ ହୋଇପାରିଛି ବୋଲି ସେ କହିଥିଲେ। ଶ୍ରୀ ଶର୍ମାଙ୍କ ଗସ୍ତ କାର୍ଯ୍ୟ ବେଳେ ଗୁଇନ୍ଦା ନିର୍ଦେଶକ ଅନିରୁଦ୍ଧ ସିଂ, ଅତିରିକ୍ତ ଡିଜି (ଅପରେସନ) ଆର ପି କୋଚେ, ଡିଆଇଜି ଏସ ସାଇନ, ଆରକ୍ଷୀ ଅଧୀକ୍ଷକ ଡ. କେ ବି ସିଂ, ଏସଓଜି କମାଣ୍ଡାଣ୍ଟ ଆଶିକ କୁମାରଙ୍କ ସହ ବିଏସଏଫ ଓ ପୁଲିସର ଉଚ୍ଚ ପଦସ୍ତ ଅଧିକାରୀମାନେ ଯୋଗ ଦେଇଥିଲେ। ପରେ ସ୍ଥାନୀୟ ପୁଲିସ ଗ୍ରାଉଣ୍ଡରେ ଉପସ୍ଥିତ ଯବାନମାନଙ୍କ ମନୋବଳ ଦୃଢ କରିବା ପାଇଁ ସମସ୍ତେ ଉତ୍ସାହିତ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories