www.samajalive.in
Sunday, December 14, 2025
19.1 C
Bhubaneswar

ମାଓବାଦୀ ଜାରି କଲେ ବୁର୍କାପାଲ ଅପରେସନର ଭିଡିଓ

ବୁର୍କାପାଲ ଅପରେସନର ପୂର୍ବ ଓ ପରର ଭିଡିଓ

ମାଲକାନଗିରି : ଅନ୍ତିମ ବିଜୟ ମନାଦେ,. ଶେଷ ରେ ବିଜୟ ଆମର, ଏମିତି ଏକ ଶୀର୍ଷକକୁ ନେଇ ମାଓବାଦୀମାନେ ପ୍ରଥମ ଥର ଏକ ଭିଡିଓ ଜାରି କରିଛନ୍ତି। ୨୦୧୭ ଏପ୍ରିଲ ୨୫ରେ ଛତିଶଗଡ ସୁକୁମା ବୁର୍କାପାଲ ଅପରେସନ ରେ ୨୫ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ। ତେବେ ମାଓବାଦୀଙ୍କ ପିଏଲଜିଏ ବାହିନୀ କିପରିି ଏହି ସଂମ୍ପୂର୍ଣ୍ଣ ଅପରେସନକୁ ସଫଳ କରି ଥିଲେ ତାହା ଏହି ଭିଡିଓ ରେ ଦର୍ଶାଇଛନ୍ତି।

ଗୋରିଲା ଯୁଦ୍ଧରେ ସିଦ୍ଧହସ୍ତ ପିଏଲଜିଏ ଯୋଦ୍ଧା ମାନେ କିପରି ପ୍ରଶିକ୍ଷିତ ସିଆରପିଏଫ ଯବାନ ମାନଙ୍କୁ ମାତ ଦେଉଛନ୍ତି ତାହାକୁ ଏହି ଭିଡିଓରେ ମାଓବାଦୀମାନେ ଦର୍ଶାଇଛନ୍ତି । ଏ.କେ-୪୭, ଏଲ.ଏମ.ଜି ଓ ଇନସାସ ବନ୍ଧୁକରୁ ଗୁଳି ବର୍ଷଣ ମଧ୍ୟରେ କେମିତି ଘଞ୍ଚ ଜଙ୍ଗଲ ଭିତରେ ଆଗକୁ ଆଗକୁ ବଢି ଚାଲିଛନ୍ତି ମାଓବାଦୀ ତାହା ମଧ୍ୟ ଏଥିରେ ଦେଖିବାକୁ ମିଳିଛି। ପୂର୍ବରୁ ମାଓବାଦୀଙ୍କ ତାଲିମ ଶିବିରର ଅନେକ ଭିଡିଓ ଭାଇରାଲ ହୋଇଛି, ତେବେ ଏଥରର ଏହି ଭିଡିଓରେ କିନ୍ତୁ କିଛି ଅଲଗା ରହିଛି। ପ୍ରଥମ ଥର ପାଇଁ ଏକ ସୁଚିନ୍ତିତ ଭିଡିଓ(ବୃତ୍ତଚିତ୍ର) ମାଓବାଦୀମାନେ ଜାରି କରିଛନ୍ତି। ଯେଉଁ ଥିରେ ମାଓବାଦୀମାନେ ବୁର୍କାପାଲ ଅପରେସନର ସବିଶେଷ ତଥ୍ୟ ଉପସ୍ଥାପନ କରି ଲୋକଙ୍କ ନିକଟରେ ପହଁଚାଇବାକୁ ଉଦ୍ୟମ କରିଛନ୍ତି। ବୁର୍କାପାଲ ଏନକାଉଣ୍ଟରକୁ ଏକ ବର୍ଷେ ପୂରଣ ହେବାକୁ ଯାଉଥିବା ବେଳେ ଏହି ଭିଡିଓକୁ ରିଲିଜ କରିଛି ମାଓ ସଙ୍ଗଠନ । ମାଓବାଦୀଙ୍କ ପିଏଲଜିଏ ବାହିନୀ କିପରି ବୁର୍କାପାଲ ଆକ୍ରମଣ ଘଟାଇଥିଲେ, ତାହା ଏହି ଭିଡିଓ(ଡକ୍ୟୁମେଣ୍ଟାରୀ)ରେ ଦର୍ଶାଇଛନ୍ତି। ତେବେ ମାଓବାଦୀଙ୍କ ତରଫରୁ ପ୍ରଥମ ଥର ପାଇଁ ରିଲିଜ୍‍ ହୋଇ ଥିବା ଏହି ଭିଡିଓ ମାଓ ପ୍ରଭାବିତ ସମସ୍ତ ରାଜ୍ୟର ପୁଲିସର ମୁଣ୍ଡ ବ୍ୟଥାକୁ ଦୁଇଗୁଣିତ କରିବ, କାରଣ ପୁଲିସ ମାଓବାଦୀଙ୍କ ସଂଖ୍ୟା କମି ଯାଇ ଥିବା ଦାବୀ କରୁଥିବା ବେଳେ, ଏହି ଭିଡିଓରେ ଏବେ ବି ହଜାର ହଜାର ସଂଖ୍ୟକ ମାଓବାଦୀ ଓ ମାଓ ସମର୍ଥକ ଶକ୍ତି ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।
କେବଳ ଅପରେସନ ନୁହେଁ, ଅପରେସନ ପରର ଚିତ୍ରକୁ ଲାଲବାହନୀ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି। ବୁର୍କାପାଲ ଅପରେସନ ରେ ଦୁଇ ଜଣ କ୍ୟାଡର ମାଓବାଦୀ ମାନେ ପ୍ରାଣ ହରାଇ ଥିବା ବେଳେ ଘଂଚ ଜଙ୍ଗଲ ଭିତରେ କିପରିି ଦୁଇ କମ୍ରେଡଙ୍କୁ ଶେଷ ସମ୍ମାନ ଦିଆ ଗଲା ତହା ମଧ୍ୟ ଏହି ଭିଡିଓ(ଡକ୍ୟୁମେଣ୍ଟାରୀ)ରେ ଦର୍ଶାଯାଇଛି। ଲାଲ ସଲାମ୍‍ରେ କିପରି ପ୍ରକମ୍ପିତ ହୋଉଛି ଦଣ୍ଡକାରଣ୍ୟ ଜଙ୍ଗଲ ତାହା ଏହି ଭିଡିଓରୁ ସ୍ପଷ୍ଟ ପ୍ରମାଣିତ। ମୋଦୀ ସରକାରଙ୍କ ମାଓ ବିରୋଧୀ ଦମନ ନୀତି, ଗ୍ରୀନ ହନ୍ଟ ଅପରେସନକୁ ବିରୋଧ କରି ଏପରି ଯବାନ ମାନଙ୍କୁ ଟାର୍ଗେଟ କରା ଯାଉଥିବା ଭିଡିଓରେ ଦର୍ଶାଯାଇଛି। ଏବେ ଏହି ଭିଡିଓକୁ ମାଓ ସଙ୍ଗଠନ ତରଫରୁ ବହୁଳ ଭାବରେ ପ୍ରଚାର କରା ଯାଉଛି। ବିଶେଷ କରି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଗ୍ରାମବାସୀଙ୍କ ସଭା ସମିତିରେ ଏହି ଭିଡିଓକୁ ପ୍ରଦର୍ଶନ କରା ଯାଉଥିବା ଜଣା ପଡିଛି।

- Advertisement -

ଏହି ଭିଡିଓ ଜରିଆରେ ମାଓବାଦୀ ନିଜ ଶକ୍ତି ପ୍ରଦର୍ଶନ କରିବାକୁ ଉଦ୍ୟମ କରିଛନ୍ତି। ବର୍ମାନ ଗାଁ ଗଣ୍ଡା ମଧ୍ୟ ସ୍ମାର୍ଟ ଫୋନ ବହୁଳ ଭାବେ ବ୍ୟବହାର କରା ଯାଉ ଥିବା ବେଳେ ମାଓବାଦୀମାନେ ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ନିକଟରେ ଏହାକୁ ପହଞ୍ଚାଇବାକୁ ଉଦ୍ୟମ କରୁଛନ୍ତି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories