ଉତ୍ତର ପ୍ରଦେଶରୁ ଅରୁଣ ଜେଟଲୀ, ବିହାରରୁ ରବି ଶଙ୍କର ପ୍ରସାଦ

0

କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଅରୁଣ ଜେଟଲୀଙ୍କୁ ଉତ୍ତର ପ୍ରଦେଶରୁ ରାଜ୍ୟସଭାକୁ ପଠାଇବା ପାଇଁ ଦଳ ସ୍ଥିର କରିଛି। ସେହିପରି ମଧ୍ୟ ପ୍ରଦେଶରୁ ଥାୱର ଚନ୍ଦ ଗେହେଲଟ ଓ ଧର୍ମେନ୍ଦ୍ର ପ୍ରଧାନ,ଗୁଜରାଟରୁ ମନସୁଖ ଲାଲ ମାଣ୍ଡଭିୟା ଏବଂ ପୁରୁଷୋତ୍ତମ ରୁପାଲା, ହିମାଚଳ ପ୍ରଦେଶରୁ ଜଗତ ପ୍ରକାଶ ନଡ୍ଡା,ବିହାରରୁ ରବି ଶଙ୍କର ପ୍ରସାଦ ଏବଂ ରାଜସ୍ଥାନରୁ ଭୁପେନ୍ଦର ଯାଦବଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ଦଳ ଘୋଷଣା କରିଛି। ଏ ସଂପର୍କରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ପ୍ରାର୍ଥୀଙ୍କ ନାମ  ଘୋଷଣା କରାଯାଇଛି।

ଆସନ୍ତା ମାସରେ ଏହି ସଦସ୍ୟମାନଙ୍କର କାର୍ଯ୍ୟକାଳ ଶେଷ ହେଉଛି।

 

Leave A Reply