ଗୁରୁବାର ପର୍ଯ୍ୟନ୍ତ ଗୃହ ମୁଲତବୀ

0

ଭୁବନେଶ୍ବର: ରାଜ୍ୟ ବିଧାନସଭା ବଜେଟ ଅଧିବେଶନର ୨ୟ ପର୍ଯ୍ୟାୟ ବୈଠକର ପ୍ରଥମ ଦିନରୁ  ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ଫଳରେ ବାଚସ୍ପତି ପ୍ରଥମେ ଦିନ ୩ଟା  ଏବଂ ପରେ ଆସନ୍ତକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି । ଅପରାହ୍ନ ୩ଟାରେ ଗୃହର ବୈଠକ ଆରମ୍ଭ ହେବା ମାତ୍ରେ ପୁଣି ହଟ୍ଟଗୋଳ ଏବଂ ହୋ-ହାଲ୍ଲା ଲାଗି ରହିବାରୁ ବାଚସ୍ପତି ଗୁରୁବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି ।

prayash

ବୁଧବାର ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ମହାନଦୀ ପ୍ରସଙ୍ଗକୁ ନେଇ ଶାସକ ଦଳ ହଟ୍ଟଗୋଳ କରିଥିଲେ। କେନ୍ଦ୍ରର  ଓ ଛତିଶଗଡ଼ର ବିଜେପି ସରକାର ଓଡ଼ିଶାର ହକ୍‌କୁ ଅପହରଣ କରିବକୁ ଉଦ୍ୟମ କରୁଛନ୍ତି ବୋଲି ଶାସକଦଳ ବିଧାୟକମାନେ ଅଭିଯୋଗ କରି ହୋ-ହଲ୍ଲା କରିଥିଲେ।  ଫଳରେ ବାଚସ୍ପତି ଗୃହକୁ ଦିନ ୩ଟା ଯାଏଁ ମୁଲତବି ଘୋଷଣା କରିଥିଲେ ।   ଗୃହ ମୁଲତବୀ ପରେ ବିଜେଡି ବିଧାୟକମାନେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସି ପ୍ରତିବାଦ କରିଥିଲେ।

Leave A Reply