ଲୁହା ଭାରାରୁ ମୁକ୍ତହେବ ସୂର୍ଯ୍ୟ ମନ୍ଦିର

କୋଣାର୍କ: ଲୁହା ଭାରାରୁ ମୁକ୍ତହେବ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର। ମଙ୍ଗଳବାର ଉତ୍ତରାଖଣ୍ଡର ରୁର୍କି ସ୍ଥିତ ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ସିଦ୍ଧାର୍ଥ ବେହେରାଙ୍କ ନେତୃତ୍ୱରେ ୩ ଜଣିଆ ବିଶେଷଞ ଟିମ୍‍ ମଙ୍ଗଳବାର କୋଣାର୍କ ମନ୍ଦିର ବୁଲି ଦେଖିଥିଲେ।ଏଥି ସହିତ ପତ୍ନତତ୍ତ୍ୱ ବିଭାଗର ଏକ ଇଞ୍ଜିନିୟରିଂ ଟିମ ମନ୍ଦିର ପରିସର ଏବଂ ଗର୍ଭଗୃହର ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଏହି ଦୁଇ ବିଶେଷଜ୍ଞ ଟିମ୍‍ କହିଛନ୍ତି ୨ ମାସ ମଧ୍ୟରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଲୁହା ଭାରାରୁ ମୁକ୍ତହେବ। କେବଳ ୮ଟି ଷ୍ଟିଲ ବିମ୍‍ ମାଧ୍ୟମରେ ମନ୍ଦିର ପିଢକୁ ସପୋର୍ଟ ଦିଆଯିବ।ଏଠାରେ ସୂଚନାଯୋଗ୍ୟ ବିଶ୍ୱ ଐତିହ୍ୟ କୋଣାକଁ ସୂର୍ଯ୍ୟ ମନ୍ଦିରର ପଥର ଖଣ୍ଡ ଗୁଡିକ ବିପଦଜ୍ଜନକ ସ୍ଥିତିରେ ଥବା କାରଣରୁ ଦିର୍ଘବର୍ଷହେବ ଲୁହାଭାରା ମଧ୍ୟରେ ଆବଦ୍ଧ ଥଲା। ଯାହାଫଳରେ ପର୍ଯ୍ୟଟକମାନେ ସୂର୍ଯ୍ୟ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଏବଂ କଳାକୃତି ଦେଖିବାରୁ ବଞ୍ଚିତ ହେଉଛନ୍ତି।

kalyan agarbati

Comments are closed.