www.samajalive.in
Monday, December 15, 2025
14.1 C
Bhubaneswar

ଆଇଡିବିଆଇ ବ୍ୟାଙ୍କରେ ୪,୫୫୭ କୋଟିର ପୁଞ୍ଜି ନିବେଶ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତୀୟ ଔଦ୍ୟୋଗିକ ବିକାଶ ବ୍ୟାଙ୍କ(ଆଇଡିବିଆଇ)ରେ ୪ ହଜାର ୫୫୭ କୋଟି ଟଙ୍କା ନିବେଶ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କିତ ପୁଞ୍ଜି ନିବେଶ ପ୍ରସ୍ତାବକୁ କ୍ୟାବିଟେନରେ ମଞ୍ଜୁରୀ ମିଳିଛି।

ସରକାରଙ୍କ ଏହି ନିଷ୍ପତ୍ତି ପରେ ଆଇଡିବିଆଇ ବ୍ୟାଙ୍କ ସୁଦୃଢ଼ ହେବ ଓ ଏହି ବ୍ୟାଙ୍କ ଲାଭ କରିବା ସହିତ ସାମାନ୍ୟ ଋଣ ପ୍ରଦାନ କରିବାରେ ସମର୍ଥ ହେବ। ସରକାରଙ୍କ ପାଖରେ ଠିକ ସମୟରେ ନିବେଶ ଅସୁଲ କରିବାର ବିକଳ୍ପ ମଧ୍ୟ ଉପଲବ୍ଧ ହେବ। ୨୦୧୮ରେ ଆଇଡିବିଆଇ ବ୍ୟାଙ୍କର ଏନପିଏ ୧୮.୮ ପ୍ରତିଶତ ରହିଥିଲା। ମାତ୍ର ୧ ବର୍ଷ ମଧ୍ୟରେ ଅର୍ଥାତ ୨୦୧୯ ଜୁନ ଭିତରେ ବ୍ୟାଙ୍କ ଏହାର ଏନପିଏକୁ ୮ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାରେ ସଫଳତା ହାସଲ କରିଛି। ଏହାର ଅଂଶଧାରକମାନଙ୍କଠାରୁ ବ୍ୟାଙ୍କ ପାଇଁ ପୁଞ୍ଜି ପ୍ରାପ୍ତ କରାଯିବ। ଏଲଆଇସି ୫୧ ପ୍ରତିଶତ ସ୍ତରରେ ରହିଛି ଏବଂ ଏହାକୁ ବୀମା ନିୟାମକ ଦ୍ୱାରା ଉଚ୍ଚତର ସ୍ତରରେ ପହଞ୍ଚିବାର ଅନୁମତି ପ୍ରଦାନ କରାଯାଇ ନାହିଁ। ଆବଶ୍ୟକ ୯,୩୦୦ କୋଟି ଟଙ୍କାରୁ, ଏଲଆଇସି ୫୧ ପ୍ରତିଶତ ଧନରାଶି(୪,୭୪୩ କୋଟି ଟଙ୍କା) ପ୍ରଦାନ କରିବ। ଅବଶିଷ୍ଟ ୪୯ ପ୍ରତିଶତ ଧନରାଶି (୪,୫୫୭ କୋଟି ଟଙ୍କା) ଏକକାଳୀନ ସରକାରଙ୍କ ତରଫରୁ ପ୍ରଦାନ କରାଯିବାର ପ୍ରସ୍ତାବ ରହିଛି। ଏହି ନିବେଶ ବ୍ୟତୀତ, ଆଇଡିବିଆଇ ବ୍ୟାଙ୍କ ଏହାର ନିଜସ୍ୱ ଦମରେ ଅଧିକ ପୁଞ୍ଜି ଜୁଟାଇବାରେ ସକ୍ଷମ ହେବ ଏବଂ ଆଗାମୀ ବର୍ଷ ଭାରତୀୟ ରିଜର୍ଭ ବ୍ୟାଙ୍କର ତୁରନ୍ତ ସୁଧାରାତ୍ମକ କାର୍ଯ୍ୟକ୍ରମ(ପିସିଏ)ରୁ ମଧ୍ୟ ମୁକ୍ତ ହୋଇ ପାରିବ ବୋଲି ଆଶା କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories