ଅଯୋଧ୍ୟା ମାମଲା: ମୁସଲମାନ ପକ୍ଷର ଇକବାଲଙ୍କୁ ଅନ୍ତର୍ଜାତୀୟ ଶୁଟରଙ୍କ ଆକ୍ରମଣ

ଲକ୍ଷ୍ନୌ: ଅଯୋଧ୍ୟା ମାମଲାରେ ବାବ୍ରି ମସଜିଦର ମୁସଲମାନ ପକ୍ଷକାର ଇକବାଲ ଅନସାରୀଙ୍କୁ ଆକ୍ରମଣ ହୋଇଛି। ଅନ୍ତର୍ଜାତୀୟ ଶୁଟର ତଥା ରାଷ୍ଟ୍ରପତି ପଦକ ବିଜେତା ବର୍ତ୍ତିକା ସିଂହ ତାଙ୍କୁ ଭେଟିବାକୁ ଆସିଥିଲେ। ଭେଟିବା ସମୟରେ ବର୍ତ୍ତିକା ଇକବାଲଙ୍କୁ ଆକ୍ରମଣ କରିଥିଲେ। ସେଠାରେ ଉପସ୍ଥିତ ବ୍ୟକ୍ତି ବର୍ତ୍ତିକାଙ୍କୁ ଅଟକାଇଥିଲେ।

ପୁଲିସ ବର୍ତ୍ତିକାଙ୍କୁ ଅଟକ ରଖିଛି। ଇକବାଲଙ୍କ କହିବା ଅନୁସାରେ, ଜଣେ ମହିଳା ତାଙ୍କୁ ଭେଟିବାକୁ ଆସିଥିଲେ। ତାଙ୍କ ସହିତ ଜଣେ ପୁରୁଷ ଥିଲେ। ମହିଳା ଜଣକ ନିଜକୁ ଅନ୍ତର୍ଜାତୀୟ ଶୁଟର ବର୍ତ୍ତିକା ସିଂହ ବୋଲି ପରିଚୟ ଦେଇଥିଲେ। ଉଭୟଙ୍କ ମଧ୍ୟରେ ତିନି ତଲାକ ଏବଂ ରାମ ମନ୍ଦିର ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ ବର୍ତ୍ତିକା ହଠାତ ଉତ୍ତେଜିତ ହୋଇପଡ଼ିଥିଲେ। ରାମ ମନ୍ଦିର ମାମଲାକୁ ସେ ଜଟିଳ କରୁଛନ୍ତି ଏବଂ ତୁରନ୍ତ ମାମଲା ପ୍ରତ୍ୟାହାର କରିନେବାକୁ ବର୍ତ୍ତିକା ତାଙ୍କୁ କହିବା ସହିତ ଆକ୍ରମଣ କରିଥିଲେ। ଇକବାଲଙ୍କ ସୁରକ୍ଷା ପାଇଁ ଯୋଗାଇ ଦିଆଯାଇଥିବା ବନ୍ଧୁକଧାରୀ ଏବଂ ସେଠାରେ ଉପସ୍ଥିତ କେତେଜଣ ବ୍ୟକ୍ତି ତାଙ୍କୁ ଅଟକାଇଥିଲେ। ଇକବାଲ ରାମଜନ୍ମଭୂମି ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ପୁଲିସ ବର୍ତ୍ତିକାଙ୍କୁ ଅଟକ ରଖି ପଚରାଉଚରା କରୁଛି।

Comments are closed.