www.samajalive.in
Monday, December 15, 2025
27.1 C
Bhubaneswar

ଶକ୍ତି କପୁର ଓ ବିବେକ ଓବରୟଙ୍କୁ ଜନ୍ମଦିନର ଶୁଭେଚ୍ଛା

ସମାଜ ଲାଇଭ ବ୍ୟୁରୋ(ରାଜେଶ୍ ଚନ୍ଦ୍ର ବେହେରା) : ବଲିଉଡର ଜଣାଶୁଣା ହାସ୍ୟଅଭିନେତା ଶକ୍ତି କପୁର ମଙ୍ଗଳବାର ୬୭ବର୍ଷ ବୟସରେ ପାଦ ଦେଇଛନ୍ତି। ସେ ୧୯୫୨ମସିହା ସେପ୍ଟେମ୍ବର ମାସ ୦୩ତାରିଖରେ ଦିଲ୍ଲୀରେ ଏକ ପଞ୍ଜାବି ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ କ୍ୟାରିୟରରେ ବର୍ତ୍ତମାନ ପର୍ୟ୍ୟନ୍ତ ୭୦୦ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି। ୫ଫୁଟ୍ ୯ଇଞ୍ଚ୍ ଉଚ୍ଚତା ଥିବା ହାସ୍ୟ ଅଭନେତା ଶକ୍ତି କପୁର ତାଙ୍କର କମେଡୀ ଚରିତ୍ରକୁ ନେଇ ବଲିଉଡ଼ରେ ବେଶ୍ ଜଣାଶୁଣା। ଶକ୍ତି କପୁରଙ୍କ ଝିଅ ଶ୍ରଦ୍ଧା କପୁର ମଧ୍ୟ ଏବେ ବଲିଉଡରେ ବେଶ୍ ନାମ କମାଉଛନ୍ତି। ନିକଟରେ ଶ୍ରଦ୍ଧା ବାହୁବଳୀ ଷ୍ଟାରଙ୍କ ବିଗ୍ ବଜେଟ୍ ସିନେମା ସାହୋରେ ନାୟିକା ଭୂମିକାରେ ନଜର ଆସିଛନ୍ତି। ଖୁବଶୀଘ୍ର ସେ ସୁଶାନ୍ତ ସିଂହ ରାଜପୁତଙ୍କ ବିପକ୍ଷରେ ଛିଛୋରେରେ ନାୟିକାଭାବେ ଦେଖାଦେବେ।
ବଲିଉଡର ଜଣାଶୁଣା ଅଭିନେତା ‘ବିବେକ ଓବରୟ’ ମଧ୍ୟ ମଙ୍ଗଳବାର ୪୩ବର୍ଷ ବୟସରେ ପାଦ ଦେଇଛନ୍ତି। ବିବେକ ୧୯୭୬ମସିହା ସେପ୍ଟେମ୍ବର ମାସ ୦୩ତାରିଖରେ ଜନ୍ମଗ୍ରହଣ କରିଥିଲେ। ବିବେକ ଏପର୍ଯ୍ୟନ୍ତ ଅନେକଗୁଡ଼ିଏ ତେଲୁଗୁ, ତାମିଲ ଓ ହିନ୍ଦି ସିନେମାରେ ଅଭିନୟ କରିସାରିଛନ୍ତି। ସେ ଦୁଇଥର ଫିଲ୍କ ଫେୟାର ଆୱାର୍ଡରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ବିବେକ ରାମଗୋପାଳ ବର୍ମାଙ୍କ ଚଳଚ୍ଚିତ୍ରରୁ ବଲିଉଡରେ ପ୍ରବେଶ କରିଥିଲେ। ତାଙ୍କର ଅନେକଗୁଡିଏ ହିଟ୍ ଚଳଚ୍ଚିତ୍ର ରହିଛି। ଯେଉଁଥିରେ ୨୦୦୨ରେ ତାଙ୍କ ଅଭିନୀତ ସିନେମା ସାଥିୟା, ୨୦୦୪ରେ ମସ୍ତି, ୨୦୧୩ରେ ଗ୍ରାଣ୍ଡ୍ ମସ୍ତି ଓ କ୍ରିଶ୍-୩ ସାମିଲ ରହିଛି। ଚଳିତ ବର୍ଷ  ତାଙ୍କ ଅଭିନତ ଚଳଚ୍ଚିତ୍ର ପିଏମ୍ ନରେନ୍ଦ୍ର ମୋଦୀ ମୁକ୍ତିଲାଭ କରିଥିଲା।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories