www.samajalive.in
Sunday, December 7, 2025
23.1 C
Bhubaneswar

ପବ୍‍ଜୀ ଖେଳି ଆଇସିୟୁରେ ଭର୍ତ୍ତି ହେଲେ ଛାତ୍ର

ତେଲଙ୍ଗାନା : ଲଗାତାର ଭାବେ ଅନ୍‍ଲାଇନ୍‍ ଗେମ୍‍ ‘ପବ୍‍ଜୀ’ ଖେଳି ଜଣେ ୧୯ ବର୍ଷୀୟ ଯୁବକଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧି ଯାଇଛି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆସିୟୁରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ତେଲଙ୍ଗାନାର ୱନପାର୍ଥୀ ଜିଲାରେ ବିଏସ୍‍ସି ଦ୍ୱିତୀୟ ବର୍ଷର ଜଣେ ଛାତ୍ରଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧି ଅବସ୍ଥା ଗୁରୁତର ହୋଇପଡ଼ିଛି। ତାଙ୍କୁ ସିଟି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବାନୁସାରେ, ତାଙ୍କର ଖାଦ୍ୟପେୟରେ ବ୍ୟତିକ୍ରମ କାରଣରୁ ହଠାତ୍‍ ତାଙ୍କ ଓଜନ କମ୍‍ ହେବାକୁ ଲାଗିଥିଲା। ଖାଇବା ପିଇବା ଛାଡ଼ି ସେ ଦିନରେ ୬-୭ ଘଣ୍ଟା ପର୍ଯ୍ୟନ୍ତ ପବ୍‍ଜୀ ଖେଳୁଥିଲେ। ୨୬ ଅଗଷ୍ଟରେ ତାଙ୍କ ଡାହାଣ ଗୋଡ଼ ଓ ହାତ ଅକାମୀ ହୋଇଯାଇଥିଲା। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ଚିକିତ୍ସା ସମୟରେ ଜଣାପଡ଼ିଥିଲା ଯେ ଲଗାତର ପବ୍‍ଜୀ ଖେଳିବା ଓ କୁପୋଷଣ କାରଣରୁ ସେ ବଦହଜମୀ(ଡିହାଇଡ୍ରେସନ)ର ଶିକାର ହୋଇଥିଲେ। ଡାକ୍ତରମାନେ ଏହା ମଧ୍ୟ କହିଥିଲେ ଯେ, ପବ୍‍ଜୀରେ ପ୍ରତିଦ୍ୱନ୍ଦ୍ୱିତା କାରଣରୁ ସେ ମାନସିକ ଚାପଗ୍ରସ୍ତ ଥିଲେ। ପରୀକ୍ଷା-ନିରୀକ୍ଷାରୁ ଜଣାପଡ଼ିଥିଲା ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଛି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁସାରେ, ଯେତେବେଳେ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା ସେତେବେଳେ ସେ ସମ୍ପୂର୍ଣ୍ଣ ହୋସ୍‍ରେ ନଥିଲେ ଓ କିଛି ପଚାରିଲେ ଜବାବ ଦେଇ ପାରୁନଥିଲେ। ପୀଡ଼ିତଙ୍କ ମାଆଙ୍କ କହିବା ଅନୁଯାୟୀ, ପୁଅକୁ ଯେତେବେଳେ ବି ସମୟ ମିଳୁଥିଲା ସେ ପବ୍‍ଜୀ ଖେଳୁଥିଲା ଓ ମଝିରେ ମଝିରେ ଖବରକାଗଜ ବାଣ୍ଟିବାକୁ ଯାଉଥିଲା। ଛୁଟିଦିନ ମାନଙ୍କରେ ସେ ପୁରା ଦିନ ପବ୍‍ଜୀ ଖେଳିବାରେ ହିଁ ବିତାଇଥାଏ।

- Advertisement -

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଏହିପରି ଅନ୍‍ଲାଇନ୍‍ ଗେମ୍‍ ନିଶାରେ ଅନେକ ଯୁବକ-ଯୁବତୀ ମୃତ୍ୟୁ ଓ ରୋଗର ଶିକାର ହୋଇଛନ୍ତି।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories