www.samajalive.in
Friday, December 5, 2025
20.1 C
Bhubaneswar

ମାଳଦ୍ୱୀପରେ ପାକିସ୍ତାନ ଲଜ୍ଜିତ, ଭାରତ କହିଲା ଅତ୍ୟାଚାରୀ ଦିଅନି ଉପଦେଶ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ମାଳଦ୍ୱୀପରେ ଦକ୍ଷିଣ ଏସିଆ ଦେଶ ସଂସଦ ଅଧ୍ୟକ୍ଷଙ୍କ ଶିଖର ସମ୍ମିଳନୀରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ସମ୍ମିଳନୀରେ ପାକିସ୍ତାନ ପ୍ରତିନିଧି କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ କାଶ୍ମୀରରେ ଯେଉଁ ସ୍ଥିତି ଅଛି, ତାକୁ ଅଣଦେଖା କରିହେବ ନାହିଁ। ସେଠାରେ ଲୋକଙ୍କ ଉପରେ ଅତ୍ୟାଚାର ହେଉଛି। ଏହାର ଜବାବରେ ଭାରତର ପ୍ରତିନିଧି ତଥା ରାଜ୍ୟସଭା ଅପାଧ୍ୟକ୍ଷ ହରିବଂଶ କହିଥିଲେ ଯେ ଯେଉଁ ଦେଶ ବ୍ୟାପକ ଭାବେ ନିଜ ଲୋକଙ୍କୁ ନରସଂହାର କରିଛି, ସେହି ଦେଶର କାଶ୍ମୀର ଉପରେ କହିବାର ନୈତିକ ଅଧିକାର ନାହିଁ।

ଏହାସହ ସେ ପାକିସ୍ତାନକୁ ସୀମାପାର ଆତଙ୍କବାଦ ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ। ହରିବଂଶ କହିଥିଲେ ଯେ ଏହି ମଞ୍ଚରେ ଭାରତର ଆଭ୍ୟନ୍ତରୀଣ ମାମଲା ଉଠାଯାଇଥିବାରୁ ଏହାର ଘୋର ଆପତ୍ତି କରୁଛି। ସମ୍ମିଳନୀର ବିଷୟ ବାହାରେ ଅନ୍ୟ ପ୍ରସଙ୍ଗ ଉଠାଇ ଏହି ମଞ୍ଚର ରାଜନୈତିକ କରଣକୁ ନିନ୍ଦା କରୁଛୁ। ଏହାପରେ ବି ପାକିସ୍ତାନ ପ୍ରତିନିଧି ଟିପ୍ପଣୀ ଦେଇଚାଲିଥିଲେ। ଫଳରେ କାର୍ଯ୍ୟକ୍ରମ ସଂଚାଳନ କରୁଥିବା ମାଳଦ୍ୱୀପ ସଂସଦର ବାଚସ୍ପତି ମହମ୍ମନ ନଶିଦ କହିଥିଲେ ଯେ ଏହି ମଞ୍ଚରେ କେଉଁ ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ ଉଠାଯାଇପାରିବ ନାହିଁ। ଏହା ଶୁଣିବା ପରେ ପାକିସ୍ତାନ ପ୍ରତିନିଧିଙ୍କ ମୁହଁ ବନ୍ଦ ହୋଇଯାଇଥିଲା।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories