www.samajalive.in
Saturday, December 6, 2025
16.1 C
Bhubaneswar

ଆରମ୍ଭ ହେଲା ୱାନ୍‍ ନେସନ ୱାନ୍‍ ରାସନ ବ୍ୟବସ୍ଥା

ଭୁବନେଶ୍ୱର: ରବିବାର ଠାରୁ ଭୁବନେଶ୍ୱରରେ ଲାଗୁ ହୋଇଛି ୱାନ୍ ନେସନ ୱାନ୍ ରାସନ ବ୍ୟବସ୍ଥା । ଭୁବନେଶ୍ୱର ମହାନଗର ନିଗମରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହା ଆରମ୍ଭ ହୋଇଛି । ଏହି ୱାନ୍ ନେସନ ୱାନ୍ ରାସନ ବ୍ୟବସ୍ଥା ଅନୁଯାଇ ଆପଣଙ୍କ ପାଖରେ ରାସନ କାର୍ଡ ଥିଲେ ଆପଣ ଦେଶର ଯେକୌଣସି ସ୍ଥାନରୁ ରାସନ ସାମଗ୍ରୀ ଉଠାଇପାରିବେ । ପ୍ରଥମ ପର୍ୟ୍ୟାୟରେ ରବିବାର ଠାରୁ ଭୁବନେଶ୍ୱରରେ ଏହା ଲାଗୁ କରାଯାଇଛି । ଆପଣଙ୍କ ରାସନ କାର୍ଡ ରାଜ୍ୟର ଯେଉଁ ସ୍ଥାନରେ ଥିଲେ ମଧ୍ୟ ଆପଣ ରହୁଥିବା ଅଞ୍ଚଳରେ ରାସନ ସାମଗ୍ରୀ ଉଠାଇପାରିବେ। ଏହି ୱାନ୍‍ ନେସନ ୱାନ୍‍ ରାସନ ବ୍ୟବସ୍ଥାରେ ବହୁ ଲୋକ ଉପକୃତ ହେବେ। ଏଠାରେ ସୂଚନାଯୋଗ୍ୟ ଏହି ବ୍ୟବସ୍ଥା ସାରା ଦେଶରେ ୨୦୨୦ ଜୁଲାଇ ମାସରୁ ଲାଗୁ ହେବାକୁ ଯାଉଥିବା ବେଳେ ଭୁବନେଶ୍ୱର ମହାନଗର ନିଗମରେ ଏହା ପାଇଲଟ ପ୍ରୋଜେକ୍ଟ ଭାବେ ରବିବାର ଠାରୁ ଆରମ୍ଭ କରାଯାଇଛି। ଏହି ବ୍ୟବସ୍ଥା ଲାଗୁ ହେବାଦ୍ବାରା ଯଦି କୌଣସି ହିତାଧିକାରୀ ରାଜ୍ୟ ବାହାରେ କିମ୍ବା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଯାଇ ରହିଥାନ୍ତି। ସେମାନେ ଦେଶର ଯେକୌଣସି ସ୍ଥାନରୁ ଚାଉଳ, ଗହମ ଆଦି ପାଇପାରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories