www.samajalive.in
Saturday, December 6, 2025
23.1 C
Bhubaneswar

ବିଶ୍ୱ ବ୍ୟାଙ୍କରୁ ମିଳିଥିବା ଋଣରେ ମୁସଲମାନଙ୍କ ପାଇଁ ଜେଲ ନିର୍ମାଣ କରିଛି ଚୀନ, ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ : ବିଶ୍ୱ ବ୍ୟାଙ୍କ ଦ୍ୱାରା ଶିକ୍ଷା ପାଇଁ ଆବଣ୍ଟିତ ଅର୍ଥକୁ ଚୀନ ମୁସଲମାନଙ୍କ ପାଇଁ ଜେଲ ନିର୍ମାଣରେ ଖର୍ଚ୍ଚ କରିଛି। ଏଭଳି ଅଭିଯୋଗ ଆସିବା ପରେ ବିଶ୍ୱ ବ୍ୟାଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ ୨୦୧୫ରେ ଚୀନକୁ ଶିଜିୟାଙ୍ଗ ଅଞ୍ଚଳରେ ଏକ ଶିକ୍ଷା ପ୍ରକଳ୍ପକୁ ପୂର୍ଣ୍ଣ କରିବା ପାଇଁ ବିଶ୍ୱ ବ୍ୟାଙ୍କ ୫୦ ନିୟୁତ ଡଲାର ଋଣ ପ୍ରଦାନ କରିଥିଲା। କିନ୍ତୁ ଚୀନ ଏହି ଟଙ୍କାରେ ମୁସଲମାନଙ୍କ ପାଇଁ ଏକ ଜେଲ ନିର୍ମାଣ କରିଛି।

ଅଭିଯୋଗ ଅନୁସାରେ ଚୀନରେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ୟୁଘୁର ମୁସଲମାନଙ୍କୁ ରିଏଜୁକେଶନ ଶିବିରରେ ବନ୍ଦୀ ରଖାଯାଇଛି। ଏହି ଶିବିରରେ ୟୁଘୁର ମୁସଲମାନଙ୍କୁ ନିଜ ଧର୍ମ ଏବଂ ଅସ୍ଥା ଛାଡ଼ି କମ୍ୟୁନିଷ୍ଟ ପାର୍ଟିର ବିଚାରଧାରକୁ ଅନୁପାଳନ କରିବାକୁ ବାଧ୍ୟ କରାଯାଉଛି ଓ ନିର୍ଯାତନା ଦିଆଯାଉଛି। ମାନବାଧିକାରୀ ମାମଲାକୁ ନେଇ ଦୀର୍ଘ ଦିନ ଚୁପ ରହିଥିବା ଆମେରିକାର ଟ୍ରମ୍ପ ସରକାର ଏବେ ଶିଜିୟାଙ୍ଗ ଅଞ୍ଚଳରେ ମୁସଲମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନେଇ ପ୍ରଶ୍ନ ଉଠାଇଛି। ବିଶ୍ୱ ବ୍ୟାଙ୍କ ଏହାକୁ ଗୁରୁତର ସହ ନେଇଛି ଓ ତଦନ୍ତ ଆରମ୍ଭ କରିଛି ବୋଲି ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଡେଭିଡ ମାଲପାସ କହିଛନ୍ତି।
ପ୍ରକାଶଯୋଗ୍ୟ ଯେ ଚୀନର ଶିଜିୟାଙ୍ଗ ପ୍ରାନ୍ତରେ ରହୁଥିବା ୨୪ ନିୟୁତ ଲୋକଙ୍କ ମଧ୍ୟରୁ ଅଧାରୁ ଅଧିକ ହେଉଛନ୍ତି ମୁସଲମାନ। ୨୦୧୪ରେ ସରକାରୀ ବିରୋଧୀ କାର୍ଯ୍ୟ ପାଇଁ ଚୀନ ଏହି ଅଞ୍ଚଳର ଲୋକଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲା। ୨୦୧୪ରେ ଅନେକ ୟୁଘୁର ମୁସଲମାନଙ୍କୁ ଦେଶାନ୍ତର କରିଦିଆଯାଇଥିଲା। ଏବେ ପାଖାପାଖି ୧୦ ନିୟୁତ ୟୁଘୁର ମୁସଲମାନଙ୍କୁ ବନ୍ଦୀ ରଖାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories