ମୋ ବସ ଯାତ୍ରୀଙ୍କୁ ମିଳିବ ମାଗଣା ଖବର କାଗଜ ପଢିବାର ସୁବିଧା
ଭୁବନେଶ୍ୱର: ଏଣିକି ମୋ ବସରେ ଯାତ୍ରା କରୁଥିବା ସମୟରେ ଯାତ୍ରୀ ପାଇପାରିବେ ମାଗଣାରେ ଖବର କାଗଜ ପଡିବାର ସୁବିଧା। ମୋ ବସରେ ଆରମ୍ଭ ହୋଇଛି ନ୍ୟୁଜ ପେପର ଅନ ହ୍ୱିଲ୍ ବ୍ୟବସ୍ଥା। ରବିବାର ସିଆରୟୁଟିର ଏମଡି ଅରୁଣ ବୋଥ୍ରା ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବରେ ୪୪ ଟି ଏସି ବସରେ ଖବର କାଗଜ ବଣ୍ଟନ କରାଯାଇଛି। ରବିବାର ମୋ ବସରେ ଇଂରାଜୀ ପେପର ଯୋଗେଇ ଦିଆଯାଇ ଥିବା ବେଳେ ଖୁବ ଶୀଘ୍ର ଓଡିଆ ପେପର ସହ ମାଗାଜିନ ଏବଂ ବିଭିନ୍ନ ପୁସ୍ତକ ଯୋଗାଇ ଦିଆଯିବ ବୋଲି ସିଆରୟୁଟିର ଏମଡି ଅରୁଣ ବୋଥ୍ରା କହିଛନ୍ତି। ରାଜ୍ୟ ସରକାରଙ୍କ ମୋ ବସ ସେବା ଅନୁସାରେ ପ୍ରତିଦିନ ଟ୍ୱିନସିଟିରେ ପ୍ରାୟ ୨୦୦ଟି ମୋ ବସ୍ ଚଳାଚଳ କରୁଛି। ପ୍ରତିଦିନ ମୋ ବସରେ ୭୦୦୦୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଯିବାଆସିବା କରୁଛନ୍ତି ।
Now get your daily fix of news on #MoBus.
Starting from today, to begin with, an english daily will be available in AC buses and soon the facility will be added to all buses and commuters will also get to read Odia newspaper as well. #Bhubaneswar #Cuttack #Odisha pic.twitter.com/Xh25oZvAWQ— Capital Region Urban Transport (@CRUT_BBSR) September 1, 2019
Comments are closed.