www.samajalive.in
Monday, December 15, 2025
17.1 C
Bhubaneswar

ମୟୁରଭଞ୍ଜ ଜିଲ୍ଲା ସ୍ତରୀୟ କବାଡ଼ି ଓ ଖୋ-ଖୋ ପ୍ରତିଯୋଗିତା

ଦ୍ୱାରଶୁଣି: ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଦ୍ୱାରଶୁଣି ସରକାରୀ ଉଚ୍ଚବିଦ୍ୟାଳୟଠାରେ ଜିଲ୍ଲା ସ୍ତରୀୟ କବାଡ଼ି ଓ ଖୋ-ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରାଙ୍କ ତତ୍ତ୍ଵାବଧାନରେ ୧୪ ଓ ୧୭ ବର୍ଷରୁ କମ ବର୍ଗର ବାଳକ ବାଳିକା ମାନଙ୍କୁ ନେଇ କବାଡୀ ଓ ଖୋ ଖୋ ପ୍ରତିଯୋଗିତା ଆୟୋଜିତ ହୋଇଥଲା। ଶନିବାର ମୟୁରଭଞ୍ଜ ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ଭାଗିରଥି ମଲ୍ଲିକଙ୍କ ସ୍ୱଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସଦସ୍ୟା ସୁଶ୍ରୀ ସରୋଜିନୀ ହେମ୍ବ୍ରମ ଯୋଗ ଦେଇ କ୍ରୀଡ଼ାବିତ ମାନଙ୍କୁ ଶିକ୍ଷା ସହିତ ଶୃଙ୍ଖଳା କୁ ନେଇ ନିଜକୁ ଗଢିତୋଳି ନିଜକୁ ତଥା ରାଜ୍ୟ ତଥା ଜିଲ୍ଲା ସ୍ତରରେ ସୁନାମ ଅର୍ଜନ କରିବା ପାଇଁ ଉପଦେଶ ଦେଇଥିଲେ।ସମ୍ମାନିତ ଅତିଥି ରୂପେ ବଡ଼ଚାଟରା ଡି.କେ.ସୀମାନ୍ତ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ନିରୋଦ ଚନ୍ଦ୍ର ମହାନ୍ତ, ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପାତ୍ର, ବାଙ୍ଗିରିପୋଷି ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ସାଇବୁ ସରେନ, ସଦାନନ୍ଦ କମିଲା, ସମାଜସେବୀ ବୀର କିଶୋର ମହାନ୍ତି ପ୍ରମୁଖ ଯୋଗଦେଇ ଏହି ଜିଲ୍ଲା କାର୍ୟ୍ୟକ୍ରମ ରେ ଯୋଗଦେଇଥିବା ୨୬ଟି ବ୍ଲକର୫୮୫ଜଣ ଛାତ୍ର ଛାତ୍ରୀ ମଧ୍ୟରୁ ଶ୍ରେଷ୍ଠ ୩ଟି ବ୍ଲକକୁ ସିଲ ପ୍ରଦାନ କରିଥିଲେ ପ୍ରଥମରେ ରାଇରଙ୍ଗପୁର, ଦ୍ଵିତୀୟ ରେ ବଡ଼ସାହି, ତୃତୀୟରେ ଜାମଦା ବ୍ଲକ ଏହି ସଫଳତା ପାଇଥିଲେ।ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପାତ୍ର ଓ ପିଇଟି ଶିକ୍ଷକ ମିନତୀ ଜେନା ଉତ୍ତମ ଆୟୋଜକ ଭାବେ ସାଂସଦ ସରୋଜିନୀଙ୍କ ନିକଟରୁ ଉପଢୌକନ ଦିଆଯାଇ ସମ୍ମାନିତ କରାଯାଇଥିଲା।୧୪ ଓ ୧୭ ବର୍ଷରୁ କମ ବୟସର ବାଳିକା ଓ ବାଳକ ମାନଙ୍କ ଖୋ-ଖୋ ଓ କବାଡି ଖେଳର ୯୬ଜଣ କୃତି ପ୍ରତିଯୋଗୀଙ୍କୁ ରାଜ୍ୟ ସ୍ତରରେ ଅଂଶଗ୍ରହଣ କରିବାକୁ ମନୋନୀତ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories