www.samajalive.in
Wednesday, December 10, 2025
16.1 C
Bhubaneswar

ଓଲଟିଲା ଟ୍ରାକ୍ଟର, ୭ଶ୍ରମିକ ଗୁରୁତର, ୧୪ଆହତ

ଲକ୍ଷ୍ମୀପୁର: କୋରାପୁଟ ଜିଲା କୋଡ଼ିଙ୍ଗାମାଳି ଖଣି ଅଞ୍ଚଳରୁ ଶ୍ରମିକମାନଙ୍କୁ ନେଇ ଫେରୁଥିବା ଏକ ଟ୍ରାକ୍ଟର ଓଲଟି ପଡ଼ିବା ଫଳରେ ୭ଜଣ ଶ୍ରମିକ ଗୁରୁତର ହୋଇଥିବାବେଳେ ୧୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଗୁରୁତରମାନଙ୍କୁ ରାୟଗଡ଼ା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ଶ୍ରମିକ ରାୟଗଡ଼ ଜିଲା କାଶିପୁର ବ୍ଲକର ପାଇକ ସୁପୁଲୁ ଓ ତଳଝିରି ଗ୍ରାମର ହୋଇଥିବା ସୂଚନା ମିଳିଛି।
କୋରାପୁଟ ଜିଲାର କୋଡ଼ିଙ୍ଗାମାଳି ପାହାଡ଼ରେ ପ୍ରାୟ ୨ ବର୍ଷ ହେଲା ଖଣି ଖନନ ହେଉଛି। ତେବେ କିଛି ଦିନ ହେଲା ଖଣିନିଗମ ପକ୍ଷରୁ ପାହାଡ଼ ଚତୁଃପାର୍ଶ୍ବରେ ସୁରକ୍ଷା ବାଡ଼ ନିର୍ମାଣ ହେଉଛି। ଉକ୍ତ ନିର୍ମାଣ କାର୍ଯ୍ୟରେ ଉକ୍ତ ଶ୍ରମିକମାନେ ଏଲଜି କମ୍ପାନୀ ନାମକ ଠିକା ସଂସ୍ଥା ଅଧିନରେ କାମ କରୁଥିଲେ। କୋଡ଼ିଙ୍ଗାମାଳରୁ ଟ୍ରାକ୍ଟର ଟି ଗୁରୁବାର ସନ୍ଧ୍ୟାରେ ୩୦ରୁ ଊର୍ଦ୍ଧ୍ବ ଶ୍ରମିକମାନଙ୍କୁ ନେଇ ଲକ୍ଷ୍ମୀପୁର ଅଭିମ୍ମୁଖେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଦୁର୍ଘଟଣା ସ୍ଥଳରୁ ସମସ୍ତ ଆହତଙ୍କୁ ଉଧାର କରାଯାଇ ଲକ୍ଷ୍ମୀପୁର ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣା ଯାଇଥିଲା। ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ୭ ଜଣଙ୍କୁ ରାୟଗଡ଼ା ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ଥାନା ଅଧିକରୀ ଗୌରହରି ସାହୁ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଏନେଇ ଏକ ମାମଲା ରୁଜୁ ହୋଇଛି। ତେବେ ଟ୍ରାକ୍ଟର ଚାଳକ ଫେରାର ଥିବା ଜଣାପଡ଼ିଛି।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories