www.samajalive.in
Wednesday, December 10, 2025
14.1 C
Bhubaneswar

୨୨ତମ ମିସ୍ ଏବଂ ମିଷ୍ଟର ଟିନି ଇଣ୍ଡିଆ ରାମ୍ପ୍ ସୋ, ଓଡ଼ିଶା ଝିଅ ଜାଜ୍ଞସେନୀ ହେଲେ ମିସ ଟିନି ସପୋର୍ଟିଭ୍-୨୦୧୯

ଗୋପାଳପୁର : ଦିଲ୍ଲୀ ଠାରେ ଆୟୋଜିତ ୨୨ତମ ମିସ୍ ଏବଂ ମିଷ୍ଟର ଟିନି ଇଣ୍ଡିଆ ରାମ୍ପ୍ ସୋରେ ଅଶଂଗ୍ରହଣ କରିଥିବା ଓଡ଼ିଶାର ବି.ଜାଜ୍ଞସେନୀ ମିସ୍ ଟିନି ସପୋର୍ଟିଭ୍ ୨୦୧୯ ର ଟାଇଟେଲ ପାଇଥିଲେ। ଜାଜ୍ଞସେନୀ ଙ୍କ ଘର ଗଞ୍ଜାମ ଜିଲା ଗୋପାଳପୁର ଅନ୍ତର୍ଗତ ଆଲ୍ଲୀପୁର ଗ୍ରାମରେ ହୋଇଥିବା ବେଳେ ୨୨ତମ ମିସ୍ ଏବଂ ମିଷ୍ଟର ଟିନି ଇଣ୍ଡିଆ ରାମ୍ପ୍ ସୋର ଫାଇନାଲ ରାଉଣ୍ଡ ପର୍ୟ୍ୟନ୍ତ ଉତ୍ତୀର୍ଣ୍ଣ ହୋଇଥିଲେ। ଫାଇନାଲରେ ପହଞ୍ଚିବା ପୂର୍ବରୁ ଜାଜ୍ଞସେନୀ ରାମ୍ପ୍ ଗୁରୁ ସମ୍ବିତ ବୋଷ ଓ ପୁଷ୍କର ମେହେତାଙ୍କ ଠାରୁ ଅଗଷ୍ଟ ୧୬ ରୁ ୨୪ ତାରିଖ ପର୍ୟ୍ୟନ୍ତ ତାଲିମ ନେଇଥିଲେ।
ଅଗଷ୍ଟ ୨୫ ତାରିଖରେ ଦିଲ୍ଲୀ ସ୍ଥିତ ତ୍ରବୋଲି ଗ୍ରାଣ୍ଡ ହୋଟେଲରେ ଅଲ ଇଣ୍ଡିଆ ଫାଇନାଲ ରାମ୍ପ ସୋ ଅନୁଷ୍ଠିତ ହୋଇଥିଲା। ଏଥିରେ ସାରା ଭାରତରୁ ମୋଟ ୯୪ ଜଣ ପ୍ରତିଯୋଗି ଭାଗ ନେଇଥିଲେ। ଏହି ସୋରେ ବିଚାରକ ଭାବେ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ବଲିଉଡ ଅଭିନେତ୍ରୀ ଅମ୍ରିତା ରାଓ, ଅସ୍ମିତ ପଟେଲ, ସାହାବାଜ ଖାନ, ଆୟୁବ ଖାନ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ପରଖି ଥିଲେ। ଶେଷରେ ଜାଜ୍ଞସେନୀଙ୍କୁ ମିସ ଟିନି ସପୋର୍ଟିଭ୍ ୨୦୧୯ ଉପାଧିରେ ଭୂଷିତ କରାଯାଇଥିଲା। ଜାଜ୍ଞସେନୀ ବର୍ତ୍ତମାନ ଭୂବନେଶ୍ୱର ସ୍ଥିତ ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ ଫେସନ ଡିଜାଇନଗ୍ଂରେ ପ୍ରଥମ ବର୍ଷ ଛାତ୍ରୀ ଭାବେ ଅଧ୍ୟୟନ କରୁଥିବା ବେଳେ ଆଗାମୀ ଦିନରେ ଫ୍ୟାସନ ଡିଜାଇନଗ୍ଂ, ମୋଡଲିଗଂ, ଏବଂ ଅଭିନୟ କରିବାକୁ ଆଗ୍ରହ ଥିବା ପ୍ରକାଶ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories