www.samajalive.in
Wednesday, December 10, 2025
16.1 C
Bhubaneswar

ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁତ ବସ୍‌ ପରମିଟ ବାତିଲ

ଭୁବନେଶ୍ୱର: ବସ୍‌ରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିଲେ ବାତିଲ ହେବ ବସ୍‍ ପରମିଟ୍। ବୁଧବାର ବରମୁଣ୍ଡା ବସ ଷ୍ଟାଣ୍ଡରେ ଏକ ବସରେ ନିଆଁ ଲାଗିବା ପରେ ଚେତିଛି ପ୍ରଶାସନ। ଗୁରୁବାର ବସ୍ ମାଲିକ ଓ ଆରଟିଓଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଭୁବନେଶ୍ୱରର ବ୍ୟସ୍ତବହୁଳ ଛକ ଆଚାର୍ୟ୍ୟ ବିହାର ଓ ବାଣୀବିହାରରେ ଭିଡ଼ ନିୟନ୍ତ୍ରଣ ନେଇ ଆଲୋଚନା ମଧ୍ୟ ହୋଇଥବା ଜଣାପଡିଛି । ଏଣିକି ଟ୍ରାଫିକ ପୋଷ୍ଟ ଠାରୁ ଠାରୁ ୨ ଶହ ମିଟର ଦୂରରେ ବସ୍ ରଖିବାକୁ ନିଷ୍ପତ୍ତି ହୋଇଛି। ଏଠାରେସୂଚନାଯୋଗ୍ୟ ବୁଧବାର ଭୁବନେଶ୍ୱରର ବରମୁଣ୍ଡା ବସ୍‍ ଷ୍ଟାଣ୍ଡରେ ‘ଚକାଡ଼ୋଳା’ ନାମକ ଏକ ଯାତ୍ରୀବାହୀ ବସ୍‌ରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ନିଆଁ ଲାଗି ଯାଇଥିଲା। ଯାହାଫଳରେ ବସ ଷ୍ଟାଣ୍ଡ ମଧ୍ୟରେ ବସଟି ହୁ ହୁ ହୋଇ ଜଳି ଯାଇଥିଲା। ବସରେ ଥିବା ସମସ୍ତ କର୍ମଚାରୀ ଏବଂ ଯାତ୍ରୀ ଓହ୍ଲାଇ ଯାଇଥଲେ। ବ୍ୟସ୍ତ ବହୁଳ ବରମୁଣ୍ଡା ବସ ଷ୍ଟାଣ୍ଡରେ ବସରେ ନିଆଁ ଲାଗିବା ପରେ ଯାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଯାହ ଫଳରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇ ଗୁରୁବାର ବୈଠକ ଅନୁଷ୍ଠିତ ହୋଇଥଲା।

Hot this week

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

Related Articles

Popular Categories