ସବୁ ରେକର୍ଡ ଭାଙ୍ଗିଲା ସୁନା ଦର, ପ୍ରଥମ ଥର ୪୦ ହଜାର ପାର
ନୂଆଦିଲ୍ଲୀ : ବିଶ୍ୱରେ ମାନ୍ଦାବସ୍ଥାର ଆଶଙ୍କାରେ ନିବେଶକ ଏବେ ସୁନା ମୁହାଁ ହୋଇଛନ୍ତି। ଫଳରେ ସୁନା ଦର ହୁହୁ ହୋଇ ବଢିବାରେ ଲାଗିଛି। ଭାରତୀୟ ଗହଣା ବଜାରରେ ଗୁରୁବାର ସୁନା ଦର ୧୦ ଗ୍ରାମକୁ ୨୫୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ରୁପା ଦର କିଲୋପ୍ରତି ୨୦୦ ଟଙ୍କା ବୃଦ୍ଧି ପାଇଛି।
ଏହି କ୍ରମରେ ଜାତୀୟ ରାଜଧାନୀ ଦିଲ୍ଲୀର ସରାଫା ବଜାରରେ ୯୯.୯% (୨୪ କ୍ୟାରେଟ) ଶୁଦ୍ଧ ସୁନା ଦର ୨୫୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମକୁ ୪୦,୨୨୦ ଟଙ୍କା ଓ ୯୯.୫% (୨୨ କ୍ୟାରେଟ) ଶୁଦ୍ଧ ସୁନା ଦର ୧୦ ଗ୍ରାମକୁ ୪୦,୦୫୦ ଟଙ୍କାରେ ପହଞ୍ଚିଛି। ଗିନ୍ନି ସୁନା ଦର ୪୦୦ ଟଙ୍କା ବୃଦ୍ଧି ପାଇ ୮ ଗ୍ରାମକୁ ୩୦,୨୦୦ ଟଙ୍କାରେ ପହଞ୍ଚିଛି। ବୁଧବାର ସୁନା ଦର ୩୦୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମକୁ ୩୯,୯୭୦ ଟଙ୍କାରେ ପହଞ୍ଚିଥିଲା।
ସେହିପରି ରୁପା ଦର ୨୦୦ ଟଙ୍କା ବୃଦ୍ଧି ପାଇ କିଲୋପ୍ରତି ୪୯,୧୫୦ ଟଙ୍କାରେ ପହଞ୍ଚିଛି। ସାପ୍ତାହିକ ଭାବେ ଯୋଗାଯାଉଥିବା ରୁପା ଦର ୮୫୦ ଟଙ୍କା ବୃଦ୍ଧି ପାଇ କିଲୋପ୍ରତି ୪୭,୨୩୦ ଟଙ୍କା ରହିଛି। ଚାହିଦା ବୃଦ୍ଧି ଯୋଗୁଁ ରୁପା ମୁଦ୍ରା ଦର ୩୦୦୦ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦୦ଟିକୁ ୧,୦୨,୦୦୦ ଟଙ୍କାରେ ପହଞ୍ଚିଛି।
Comments are closed.