www.samajalive.in
Monday, December 15, 2025
16.1 C
Bhubaneswar

ହୀରା ବଜାରରେ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ, ହ୍ରାସ ପାଇଛି ରପ୍ତାନୀ

ନୂଆଦିଲ୍ଲୀ : ଦେଶରେ ହୀରା କାରବାରର କେନ୍ଦ୍ର କୁହାଯାଉଥିବା ଗୁଜରାଟରେ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଦେଖିବାକୁ ମିଳିଛି । ବିଗତ କିଛି ମାସ ମଧ୍ୟରେ ୬୦ ହଜାର ଲୋକଙ୍କ ନିକଟରେ ଚାକିରି ନାହିଁ । ଯାହା ଦ୍ବାରା ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ବର୍ତ୍ତମାନ ୧୫ ପ୍ରତିଶତଙ୍କ ଲୋକ ଚାକିରି ହରାଇଛନ୍ତି ।

ଇକୋନୋମିକ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଗୁଜରାଟର ସୁରଟ ବ୍ୟତୀତ ଅମରେଲୀ ଏବଂ ଭାବନଗରରେ ହୀରା କଟିଙ୍ଗ ଓ ପଲିସିଙ୍ଗ କରାଯାଏ । କିନ୍ତୁ ୨୦୧୬ ନଭେମ୍ବର ପରେ ହୀରା କାରବାରର କେନ୍ଦ୍ର ମାନ୍ୟତା ପାଇଥିବା ସୁରଟ ବଜାରରେ ଆର୍ଥିକ ମାନ୍ଦା ଅବସ୍ଥାର ଝଡ ସୃଷ୍ଟି ହୋଇଥିଲେ । ସେହି ବର୍ଷ ନଭେମ୍ବରରେ ବିମୁଦ୍ରୀକରଣ, ପରେ ୨୦୧୭ରେ ଜୁଲାଇରେ ଜିଏସ୍‌ଟି ଏବଂ ୨୦୧୮ ଫେବୃୟାରୀ ନୀରବ ମୋଦୀ, ମେହୁଲ ​‌ଚୌକସି ଦ୍ବାରା ହୋଇଥିବା ହୋଇଥିବା ପିଏନ୍‌ବି ଦୁର୍ନୀତି ହୀରା କାରବାର ଉପରେ ଅଧିକ ପ୍ରଭାବ ପକାଇଥିଲା ।

- Advertisement -

ଦିନକୁ ଦିନ ବିଶ୍ବରେ ଭାରତୀୟ ହୀରାର ଚାହିଦା କମିବାରେ ଲାଗିଛି । ଚୀନରେ ଭାରତୀୟ ହୀରାର ଚାହିଦା ୨୦ ପ୍ରତିଶତ ହ୍ରାସ ପାଇଥିବା ବେଳେ ଗୁଲଫ୍‌, ୟୁରୋପ ଏବଂ ଆମେରିକାରେ ମଧ୍ୟ ଏହାର ଚାହିଦା କମିଛି । କଟ୍ ପଲିସ ହୀରାର ରପ୍ତାନୀ ୧୮.୧୫ ପ୍ରତିଶତ ହ୍ରାସ ପାଇଛି । ସେହିପରି ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଆରମ୍ଭର ୪ ମାସରେ ୧୫.୧୧ ପ୍ରତିଶତ ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଗୁଜରାଟରେ ପ୍ରାୟ ୨୦ ଲକ୍ଷ ଲୋକ ହୀରା କାରବାରରେ ସମ୍ପୃକ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ୮ ଲକ୍ଷ ଲୋକ ହୀରା କଟିଙ୍ଗ ଓ ପଲିସିଙ୍ଗ କାମ କରନ୍ତି । ପୂର୍ବରୁ ହୀରା କମ୍ପାନୀରେ ୩ଟି ସିଫ୍ଟରେ କାମ ହେଉଥିବା ବେଳେ ଏବେ ଗୋଟିଏ ସିଫ୍ଟରେ କାମ ହେଉଛି । ଏବେ ହୀରାର ଚାହିଦା ୬ରୁ ୧୦ ପ୍ରତିଶତ କମ୍ ହୋଇ ଯାଇଛି । ଜୁଲାଇରେ କେବଳ ୧୮,୬୩୩.୧୦ କୋଟି ଟଙ୍କାର ହୀରା ରପ୍ତାନୀ ହୋଇଥିଲା।  ଯାହା ଗତ ବର୍ଷ ତୁଳନାରେ ୧୧.୦୮ ପ୍ରତିଶତ ହ୍ରାସ ପାଇଛି । ଗତ ବର୍ଷ ଏହି ମାସରେ ୮୪,୨୭୨.୩୦ କୋଟି ଟଙ୍କାର ରପ୍ତାନୀ ହୋଇଥିଲା। ସାରା ବିଶ୍ବରେ ଭାରତ ହୀରା କଟିଙ୍ଗ ଏବଂ ପଲିସିଙ୍ଗ ପାଇଁ ପ୍ରସିଦ୍ଧ । ୧୫ରୁ ୧୪ଟି ଖଦଡା (ରଫ୍) ହୀରାର କଟିଙ୍ଗ ଓ ପଲିସିଙ୍ଗ କରାଯାଏ ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories