www.samajalive.in
Monday, December 15, 2025
17.1 C
Bhubaneswar

ବିଭିନ୍ନ ସମସ୍ୟା ଦୂର ପାଇଁ ପାନ ପତ୍ରର କରନ୍ତୁ ଏପରି ବ୍ୟବହାର

ହିନ୍ଦୁଧର୍ମରେ ପାନ ପତ୍ରକୁ ବହୁତ ଶୁଭ ବୋଲି ଗ୍ରହଣ କରାଯାଇଛି କୌଣସି ଶୁଭ କାର୍ୟ୍ୟ ହେଉ ବା ପୂଜାପାଠ ସମୟରେ ମୁଖ୍ୟ ସାମଗ୍ରୀ ଭାବେ ପାନପତ୍ରକୁ ଖୋଜା ପଡେ କେବଳ ଯେ ପୂଜା ପାଠରେ ପାନପତ୍ରର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥାଏ, ତାହା ନୁହେଁ ଏହି ଶୁଭ ପତ୍ରକୁ ବ୍ୟବହାର କରି ଜୀବନରେ ସୁଖ, ସମୃଦ୍ଧି ଶାନ୍ତି ପ୍ରାପ୍ତ କରିବା ସହ ଅନେକ ସମସ୍ୟା ମଧ୍ୟ ଦୂର କରାଯାଇ ପାରିବ

ମଙ୍ଗଳବାର କିମ୍ବା ଶନିବାର ହନୁମାନଙ୍କୁ ପାନ ବିଡ଼ା ଅର୍ପଣ କରନ୍ତୁ ଏହା ଦ୍ୱାରା ବହୁତ ଦିନରୁ ଅଟକି ରହିଥିବା କାର୍ୟ୍ୟ ପୁରା ହୋଇଥାଏ ଧ୍ୟାନ ରଖିବା ଆବଶ୍ୟକ ଏହି ପାନରେ କେବଳ ଖଇର, ପାନମଧୁରୀ, ମିଠା ମସଲା ନଡ଼ିଆ ରହିବା ଚୁନ ଗୁଆ ଭୁଲରେ ବି ରଖିବେ ନାହିଁ

- Advertisement -

ଘରର ମୂଖ୍ୟ ଦ୍ୱାରରେ ପାନ ପତ୍ରକୁ ଲଗାନ୍ତୁ ଏହା ଦ୍ୱାରା ଘରେ ସୁଖ ଶାନ୍ତି ବଜାୟ ରହିବା ସହ ଘରୁ ସମସ୍ତ ପ୍ରକାର କୁପ୍ରଭାବ ଦୂର ହୋଇଥାଏ କିନ୍ତୁ ସେହି ପତ୍ରକୁ ସବୁଦିନ ବଦଳାଇବା ଆବଶ୍ୟକ

ଘରେ ଯଦି କାହାକୁ ନଜର ଲାଗିଛି ତେବେ ଗୋଟିଏ ପାନ ପତ୍ର ଉପରେ ସାତଟି ଗୋଲାପ ପାଖୁଡ଼ା ରଖି ତାଙ୍କୁ ଖାଇବାକୁ ଦିଅନ୍ତୁ ଏହା ଦ୍ୱାରା ନଜର ଦୋଷ କଟି ଯାଇଥାଏ

ଯଦି କୌଣସି କାର୍ୟ୍ୟ ବହୁ ଚେଷ୍ଟା ପରେ ମଧ୍ୟ ପୁରା ହୋଇପାରୁ ନାହିଁ, ତେବେ ରବିବାର ଦିନ ସେହି କାର୍ୟ୍ୟ କରିନ୍ତୁ ଘରୁ ବାହାରିବା ସମୟରେ ଏକ ପାନ ପତ୍ରକୁ ନିଜ ପକେଟ୍ରେ ରଖନ୍ତୁ ଏପରି କରିବା ଦ୍ୱାରା କାର୍ୟ୍ୟରେ ସଫଳତା ମିଳିଥାଏ

ଯଦି ବ୍ୟବସାୟରେ ମାନ୍ଦାବସ୍ଥା ଚାଲିଛି ତେବେ ପାନ ପତ୍ର ଦାନ କରନ୍ତୁ ଏହା ଦ୍ୱାରା ବ୍ୟବସାୟରେ ଉନ୍ନତି ହୋଇଥାଏ ଏହାକୁ ବୁଧବାର କରିବା ଦ୍ୱାରା ଅଧିକ ଶୁଭ ଫଳ ମିଳିଥାଏ

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories