www.samajalive.in
Sunday, December 14, 2025
26.1 C
Bhubaneswar

ଜେଟଲୀଙ୍କ ପରିବାରବର୍ଗଙ୍କୁ ଭେଟିଲେ ମୋଦୀ

ନୂଆଦିଲ୍ଲୀ : ବିଦେଶ ଗସ୍ତରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୂର୍ବାହ୍ଣରେ ଦିବଂଗତ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀଙ୍କ ଘରକୁ ଯାଇ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଏହି ସମୟରେ ଗୃହ ମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ।

ଅଗଷ୍ଟ ୨୪ରେ ଜେଟଲୀଙ୍କ ପରଲୋକ ସମୟରେ ମୋଦୀ ବିଦେଶ ଗସ୍ତରେ ଥିଲେ। ମୋଦୀ ସେତେବେଳେ ଜେଟଲୀଙ୍କ ପତ୍ନୀ ସଂଗୀତାଙ୍କ ସହ ଫୋନ୍‍ ଯୋଗେ କଥା ହୋଇଥିଲେ। ସଂଗୀତା ତାଙ୍କୁ ବିଦେଶ ଗସ୍ତ ମଝିରୁ ଛାଡ଼ି ନଆସିବାକୁ କହିଥିଲେ। ମୋଦୀ ବାହାରିନରେ ଭାରତୀୟ ସମୂଦାୟଙ୍କୁ ସମ୍ବୋଧିତ କରୁଥିବାବେଳେ ଅରୁଣ ଜେଟଲୀଙ୍କୁ ମନେପକାଇ ଭାବବିହ୍ୱଳ ହୋଇପଡିଥିଲେ। ମୋଦୀ କହିଥିଲେ ଯେ ମୁଁ ଏକ କଷ୍ଟ ଚପାଇ ଆପଣଙ୍କ ମଧ୍ୟରେ ଠିଆ ହୋଇଛି। ବିଦ୍ୟାର୍ଥୀ ଜୀବନରୁ ନେଇ ରାଜନୈତିକ ଜୀବନ ପର୍ଯ୍ୟନ୍ତ ଯାହା ଶହ ମିଶି ଚାଲିଥିଲି ସେ ମୋତେ ଏବଂ ଦେଶକୁ ଛାଡ଼ି ଚାଲିଯାଇଛି। ମୁଁ ଏତେ ଦୂରରେ ବସିଛି ଓ ମୋ ସାଙ୍ଗ ଚାଲିଯାଇଛି, ତାହା କଳ୍ପନା କରିପାରୁନାହିଁ। ମୁଁ ଗୋଟିଏ ପଟେ କର୍ତ୍ତବ୍ୟ ଏବଂ ଅନ୍ୟପଟେ ସାଙ୍ଗର ଭାବନାରେ ଉଦ୍‍ବୃତ୍ତ ରହିଛି। ମୁଁ ସାଙ୍ଗ ଅରୁଣଙ୍କୁ ବାହାରିନ ମାଟିରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଇଶ୍ୱର ତାଙ୍କ ପରିବାରକୁ ଶକ୍ତି ପ୍ରଦାନ କରୁ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories