ଏଫ୍‌ଏଟିଏଫ୍‌ ସର୍ତ୍ତ ପାଳନ ପାଇଁ ଇମ୍ରାନଙ୍କ ୧୨ଜଣିଆ କମିଟି

ଇସଲାମାବାଦ : ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ମାମଲାରେ ପ୍ୟାରିସସ୍ଥିତ ଫାଇନାନ୍ସିଆଲ ଆକ୍ସନ୍‌ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌)ର ଦ୍ବାରା କଳା ତାଲିକାଭୁକ୍ତ ହେବା ପରିପ୍ରେକ୍ଷୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏକ ୧୨ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି ଏଫ୍‌ଏଟିଏଫ୍‌ ଦ୍ବାରା ଆତଙ୍କବାଦୀଙ୍କ ପାଣ୍ଠିଯୋଗାଣ ବନ୍ଦ ସଂକ୍ରାନ୍ତରେ ପାକିସ୍ତାନକୁ ପ୍ରଦାନ କରିଥିବା ୨୭ସୂତ୍ରୀ କାର୍ଯ୍ୟାନୁଷ୍ଠାନର କାର୍ଯ୍ୟାନ୍ବୟନ ତଦାରଖ କରିବ।

prayash

ପାକିସ୍ତାନ ସରକାର ଏଫ୍‌ଏଟିଏଫ୍‌ର ଏସିଆ-ପ୍ରଶାନ୍ତ ମହାସାଗରୀୟ ଗୋଷ୍ଠୀ ଦ୍ବାରା ପୂର୍ବ ପ୍ରଦତ୍ତ ତାଲିକାନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହେବାରୁ ଗତ ସପ୍ତାହରେ ଏହା ପାକିସ୍ତାନକୁ କଳା ତାଲିକାଭୁକ୍ତ କରିବା ସହ କାର୍ଯ୍ୟାନୁଷ୍ଠାନକୁ ତ୍ବରାନ୍ବିତ କରିବା ପାଇଁ ତାଲିକାକୁ ଦୀର୍ଘ କରିଛି। ପାକିସ୍ତାନ ତାଲିକାର ୪୦ଟିରୁ ୩୨ଟିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରି ନାହିଁ। ଏଫ୍‌ଏଟିଏଫ୍‌ ଦ୍ବାରା ଅଧିକ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବା ପୂର୍ବରୁ ପାକିସ୍ତାନ ସରକାର ଅକଳରେ ପଡ଼ି ଏହାର ସର୍ତ୍ତ ମାନିବାକୁ ଏବେ ବାଧ୍ୟ ହୋଇଛନ୍ତି। ଦେଶର ଅର୍ଥ ମନ୍ତ୍ରୀ ହମ୍ମାଦ ଆଝାରଙ୍କ ନେତୃତ୍ବରେ ଇମ୍ରାନ ନ୍ୟାସନାଲ ଫାଇନାନ୍ସିଆଲ ଆକ୍ସନ୍‌ ଟାସ୍କ ଫୋର୍ସ ସମନ୍ବୟ କମିଟି ନାମରେ ଉପରୋକ୍ତ କମିଟି ଗଠନ କରିଛନ୍ତି। ଏଥିରେ ଅର୍ଥ ମନ୍ତ୍ରଣାଳୟ ସଚିବଙ୍କ ସମେତ ବୈଦେଶିକ ଓ ସ୍ବରାଷ୍ଟ୍ର ବିଭାଗ ସଚିବ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ସ୍ଥାନ ଦିଆଯାଇଛି। କମିଟି ଡିସେମ୍ବର ୨୧ ସୁଦ୍ଧା ଏଫ୍‌ଏଟିଏଫ୍‌ ସର୍ତ୍ତ ପାଳନ ସଂକ୍ରାନ୍ତ ନିଧାର୍ଯ୍ୟ ରିପୋର୍ଟ ଦେବ। ୨୭ସୂତ୍ରୀ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟକାରୀ କରି କଳା ତାଲିକାରୁ ବର୍ତ୍ତିବା ପାଇଁ ପାକିସ୍ତାନକୁ ପ୍ରଦତ୍ତ ୧୫ମାସିଆ କଣ୍ଟ ଅକ୍ଟୋବରରେ ଶେଷ ହେଉଛି।

kalyan agarbati

Comments are closed.