www.samajalive.in
Monday, December 15, 2025
24.1 C
Bhubaneswar

ପୃଥିବୀର ନିକଟତର ହେଉଛି ବୁର୍ଜ ଖଲିଫା ଭଳି ବଡ଼ ଗ୍ରହାଣୁ

ୱାଶିଂଟନ : ଦୁବାଇର ସୁଉଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫା ଭଳି ଏକ ବୃହତ୍‌କାୟ ଗ୍ରହାଣୁ ସେପ୍ଟେମ୍ବର ୧୪ରେ ପୃଥିବୀର ଅତି ନିକଟରେ ଅତିକ୍ରମ କରିବ ବୋଲି ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର (ନାସା) ପକ୍ଷରୁ ସତର୍କ କରାଯାଇଛି।

୨୦୦୦ କ୍ୟୁଡବ୍ଲ୍ୟୁ୭ ନାମକ ଏହି ଗ୍ରହାଣୁ ୨୯୦ ମିଟର ଲମ୍ବ, ୬୫୦ ମିଟର ଚଉଡା ଓ ୮୨୮ ମିଟର ଉଚ୍ଚ। ନାସାର ଏକ ସଂସ୍ଥା ପୃଥିବୀ ନିକଟସ୍ଥ ବସ୍ତୁ ସମ୍ବନ୍ଧୀୟ ସର୍ବେକ୍ଷଣ (ସିଏନଇଓଏସ)ର ଆକଳନ ଅନୁସାରେ ଗ୍ରହାଣୁଟି ଘଣ୍ଟାପ୍ରତି ୨୩,୧୦୦ କିଲୋମିଟର ବେଗରେ ପୃଥିବୀ ଠାରୁ ୩.୩ ମିଲିୟନ ମାଇଲରୁ ୫.୩ ମିଲିୟନ କିଲୋମିଟର ଦୂରତାରେ ଅତିକ୍ରମ କରିବ। ଉଲ୍ଲେଖ ଯେ କୌଣସି ଗ୍ରହାଣୁ ବା ଅନ୍ୟ କୌଣସି ମହାକାଶୀୟ ବସ୍ତୁ ପୃଥିବୀଠାରୁ ୧.୩ ମହାକାଶୀୟ ୟୁନିଟ ଭିତରେ ଅତିକ୍ରମ କଲେ ତାହାକୁ ପୃଥିବୀର ନିକଟତମ ବସ୍ତୁ ବୋଲି କୁହାଯାଏ। ଏହି ଦୃଷ୍ଟିକୋଣରୁ ଗ୍ରହାଣୁ ୨୦୦୦କ୍ୟୁଡବ୍ଲ୍ୟୁ୭ ମଧ୍ୟରେ ୦.୦୩୫୬୪ ମହାକାଶୀୟ ୟୁନିଟ ଦୂରତା ରହିବ ବୋଲି ଆକଳନ କରାଯାଇଛି। ପୃଥବୀ ଭଳି ଏହି ଗ୍ରହାଣୁ ମଧ୍ୟ ସୂର୍ଯ୍ୟ ଚତୁଃପାର୍ଶ୍ବରେ ପରିକ୍ରମା କରିଥାଏ। ୨୦୦୦ ସେପ୍ଟେମ୍ବର ୧ରେ ମଧ୍ୟ ଏହା ପୃଥିବୀ ପାର୍ଶ୍ବ ଦେଇ ଅତିକ୍ରମ କରିଥିଲା। ସେପ୍ଟମ୍ବର ୧୪ରେ ପୃଥିବୀର ନିକଟତମ ହେବା ପରେ ଏହା ୨୦୩୮ ଅକ୍ଟୋବର ୧୯ ସୁଦ୍ଧା ଏହି ଗ୍ରହଠାରୁ ଦୂର ହେବ ବୋଲି କୁହାଯାଇଛି।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories