ବିରୋଧୀ ଦଳ ବିରୋଧ​ରେ ଗୁଣିଗାରେଡ଼ି ଅଭିଯୋଗ ଆଣିଲେ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ : ଦିବଙ୍ଗତ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ବରାଜ ଏବଂ ଅରୁଣ ଜେଟଲୀଙ୍କ ପରଲୋକ ପରିପ୍ରେକ୍ଷୀରେ ଦଳୀୟ ସାଂସଦ ସାଧ୍ବୀ ପ୍ରଜ୍ଞା ଠାକୁର କଂଗ୍ରେସ ବିରୋଧରେ ଗୁଣିଗାରେଡି ଅଭିଯୋଗ ଆଣିଛନ୍ତି। ଏମାନଙ୍କ ମୃତ୍ୟୁ ପଛରେ ଆସୁରିକ ଶକ୍ତିର ହାତ ରହିଛି। ବିରୋଧୀ ଦଳ ‘ମରକ ଶକ୍ତି’ ବା ହତ୍ୟା ଉଦ୍ଦେଶ୍ୟରେ ଗୁଣିଗାରେଡିର ଉପଯୋଗ କରିଥିବା ଦର୍ଶାଇ ସେ ପୁନଃ ବିବାଦ ଘେରକୁ ଚାଲି ଆସିଛନ୍ତି।

prayash

ସେ କହିଛନ୍ତି ବିଜେପି ଏକ କଠିନ ସମୟ ଦେଇ ଗତି କରୁଛି ଏବଂ ଦଳର ଦକ୍ଷ ନେତୃବୃନ୍ଦଙ୍କର କ୍ଷତି କରିବା ଲାଗି ବିରୋଧୀ ଦଳ ଗୁଣିଗାରେଡି କରୁଥିବାରୁ ନିଜର ସାଧନା (ଧ୍ୟାନ) ନ ଛାଡିବାକୁ ତାଙ୍କୁ ଜଣେ ଧର୍ମଗୁରୁ ନିକଟରେ ପରାମର୍ଶ ଦେଇଥିଲେ। ସେତେବେଳେ ତାଙ୍କ କଥାକୁ ସେ ପାସୋରି ଯାଇଥିଲେ ମଧ୍ୟ ସୁଷମା, ଜେଟଲୀ ଏବଂ ବାବୁଲାଲ ଗୌର ଯାଦବଙ୍କ ଭଳି ବହୁ ପ୍ରମୁଖ ନେତାଙ୍କର ପରଲୋକ ଘଟିଛି। ଏଣୁ ଧର୍ମଗୁରୁଙ୍କ କଥା ଉପରେ ସେ ବିଶ୍ବାସ କରିବାକୁ ବାଧ୍ୟ ହୋଇଛନ୍ତି।

ଜେଟଲୀ ଓ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ଗୌରଙ୍କ ବିୟୋଗରେ ଅନୁଷ୍ଠିତ ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ଶୋକସଭାରେ ଏହା କହି ପ୍ରଜ୍ଞା ଠାକୁର କାନ୍ଦି ପକାଇଥିଲେ। ପରେ ଏ ସମ୍ବନ୍ଧରେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିଥିଲେ ମଧ୍ୟ ସେ ଆଉ କିଛି ନ କହି ଚାଲିଯାଇଥିଲେ। ଭୋପାଳରୁ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କୁ ପରାଜିତ କରି ଲୋକସଭାକୁ ନିର୍ବାଚିତ ହୋଇଥିବା ପ୍ରଜ୍ଞାଠାକୁର ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ପୂର୍ବରୁ ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦେଶଭକ୍ତ ଦର୍ଶାଇବା ତଥା ୨୬/୧୧ ମୁମ୍ବଇ ଆକ୍ରମଣ ବେଳେ ମହାରାଷ୍ଟ୍ର ଏଟିଏସ ହେମନ୍ତ କାରକାରେ ତାଙ୍କ ଅଭିଶାପ କାରଣରୁ ପ୍ରାଣ ହରାଇଥିବା ମନ୍ତବ୍ୟ ଦେଇ ସେ ସମାଲୋଚିତ ହୋଇଥିଲେ।

kalyan agarbati

Comments are closed.