www.samajalive.in
Tuesday, December 9, 2025
23.1 C
Bhubaneswar

ଜାମିନ ନାମଞ୍ଜୁର – ଅଗଷ୍ଟ ୨୬ ଯାଏଁ ସିବିଆଇ ହେପାଜତରେ ଚିଦାମ୍ବରମ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡ଼ିଆ ଅର୍ଥ ଠକେଇ ମାମଲାରେ ସିବିଆଇ ଦ୍ୱାରା ଗିରଫ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି. ଚିଦାମ୍ବରମଙ୍କୁ କୋର୍ଟ ଅଗଷ୍ଟ ୨୬ ଯାଏଁ ସିବିଆଇ ହେପାଜତକୁ ପଠାଇଦେଇଛନ୍ତି। ସିବିଆଇ ମଧ୍ୟ ୫ ଦିନ ଲାଗି ଚିଦାମ୍ବରମଙ୍କୁ ରିମାଣ୍ଡରେ ନେବା ଲାଗି ବିଚାରପତିଙ୍କୁ ଅନୁରୋଧ କରିଥିଲା। ଚିଦାମ୍ବରମଙ୍କ ଓକିଲଙ୍କ ପକ୍ଷରୁ ଦିଆଯାଇଥିବା ସମସ୍ତ ଦଲିଲ ଓ ଯୁକ୍ତି ବିଫଳ ପ୍ରମାଣିତ ହୋଇଛି। ବିଚାରପତି ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ପ୍ରାୟ ୨ଘଣ୍ଟା ପରେ ରାୟ ଶୁଣାଇ ଥିଲେ। ଶୁଣାଣି ସମୟରେ ଚିଦାମ୍ବରମ ନିଜ ପକ୍ଷ ରଖିବା ପାଇଁ ଚାହିଁଥିଲେ ମଧ୍ୟ ସିବିଆଇ ପକ୍ଷରୁ ବିରୋଧ କରାଯାଇଥିଲା।

ସିବିଆଇ ହେପାଜତରେ ଥିବା ସମୟରେ ଚିଦାମ୍ବରମ ପ୍ରତ୍ୟେକ ଦିନ ୩୦ମିନିଟ ପାଇଁ ନିଜ ପରିବାର ଓ ବନ୍ଧୁ ପରିଜନଙ୍କୁ ସାକ୍ଷାତ କରିପାରିବେ। ଅନ୍ୟ ପକ୍ଷରେ ପ୍ରତି ୪୮ ଘଣ୍ଟାରେ ଚିଦାମ୍ବରମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଇତି ମଧ୍ୟରେ ସିବିଆଇ ପୁଣି ଥରେ ଚିଦାମ୍ବରମଙ୍କୁ ମୁଖ୍ୟାଳୟକୁ ନେଇଥିବା ଜଣାପଡିଛି।

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories