www.samajalive.in
Wednesday, December 10, 2025
15.1 C
Bhubaneswar

କଥା ରଖିଲା କେନ୍ଦ୍ର; ପୁଣି ଓଡିଶାକୁ କେନ୍ଦ୍ରର ୩୩୩୮. ୨୨ କୋଟି ସହାୟତା ରାଶି

ଭୁବନେଶ୍ବର: ସାମୁଦ୍ରିକ ଘୂର୍ଣ୍ଣିଝଡ ‘ଫନି’କୁ ୪ ମାସ ପୂରିବାକୁ ବସିଥିବା ବେଳେ ମଙ୍ଗଳବାର କେନ୍ଦ୍ର ସରକାର ରାଜ୍ୟ ପାଇଁ ତୃତୀୟ ପର୍ଯ୍ୟାୟରେ ୩୩୩୮ କୋଟି ୨୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ବାତ୍ୟା ପରେ ଜରୁରୀକାଳୀନ ଥଇଥାନ ପାଇଁ ସେତେବେଳେ କେନ୍ଦ୍ର ସରକାର ଓଡିଶାକୁ ଅଗ୍ରୀମ ୩୪୦ କୋଟି ଟଙ୍କା ସହାୟତା ଦେଇଥିଲେ। ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବଳ୍ପ ସମୟ ପାଇଁ ଓଡିଶା ଗ୍ରସ୍ତରେ ଆସି ଆଉ ୧୦୦୦ କୋଟି ଟଙ୍କାର ସହାୟତ ଘୋଷଣା କରିଥିଲେ। ଏହାକୁ ମିଶାଇ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ୪୬୭୮ କୋଟି ୨୨ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିସାରିଛନ୍ତି। ସେହିପରି ମରୁଡ଼ି କ୍ଷତିଗ୍ରସ୍ତ ପାଇଁ କର୍ଣ୍ଣାଟକକୁ ୧୦୨୯.୩୯ କୋଟି ଏବଂ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଥିବା ହିମାଚଳ ପ୍ରଦେଶ ଲାଗି ୬୪.୪୯ କୋଟି ଟଙ୍କା ସହାୟତା ରାଶି ମଧ୍ୟ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ମେ ମାସ ୩ରେ ଓଡିଶା ଉପକୂଳରେ ତାଣ୍ଡବ ଲୀଳା ସୃଷ୍ଟି କରିଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ ‘ଫନି’ ପ୍ରଭାବରେ ପୁରୀ ସମେତ ୧୪ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏଥିରେ ପୁରୀ ଜିଲା ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ପରେ ରାଜ୍ୟ ସରକାର କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ। ଓଡିଶାରେ ମୋଟ୍ ୨୪,୧୭୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ଏହାର କ୍ଷତିପୂରଣ ପାଇଁ ରାଜ୍ୟ ସରକାର ୨୯,୩୧୫ କୋଟି ଟଙ୍କା ସହାୟତା ପାଇ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories