www.samajalive.in
Monday, December 15, 2025
15.1 C
Bhubaneswar

ପୁଣି ଥରେ ରବି ଶାସ୍ତ୍ରୀଙ୍କୁ ମିଳିଲା ମୁଖ୍ୟ କୋଚ ଦାୟିତ୍ବ

ମୁମ୍ବଇ: ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟ ଦଳର କୋଚ ପଦ କାଏମ ରଖିଛନ୍ତି । ପୁଣି ଥରେ ତାଙ୍କୁ କୋଚ ଦାୟିତ୍ବ ମିଳିଛି।  ପୂର୍ବତନ କ୍ରିକେଟର କପିଳ ଦେବଙ୍କ ନେତୃତ୍ଵାଧୀନ କ୍ରିକେଟ ପରାମର୍ଶଦାତା କମିଟି(ସିଏସି) ରବି ଶାସ୍ତ୍ରୀଙ୍କୁ ପୁଣି ଥରେ କୋଚ ଦାୟିତ୍ବ ପ୍ରଦାନ କରିଛନ୍ତି । ରବି ଶାସ୍ତ୍ରୀ ୨୦୨୧ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳର କୋଚ ଦାୟିତ୍ବରେ ରହିବେ। ବିସିସିଆଇ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କପିଳ ଦେବ ଏହି ଘୋଷଣା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ କପିଳ ଦେବ କହିଛନ୍ତି ଯେ ତିନି ସଦସ୍ୟ ବିଶିଷ୍ଟ ସିଏସି କୋଚ ଆଶାୟୀଙ୍କ ପ୍ରେଜେଣ୍ଟେସନ ଓ ଅନ୍ୟାନ୍ୟ ମାପଦଣ୍ଡକୁ ବିଚାରକୁ ନେଇ ରବି ଶାସ୍ତ୍ରୀଙ୍କୁ ପୁନଃ ଦାୟିତ୍ବ ଦେବାକୁ ନିଷ୍ପତ୍ତି ନେଇଛି ।

ପ୍ରକାଶ ଯେ ମୁଖ୍ୟ କୋଚ୍‌ ପଦବୀ ପାଇଁ ଶୁକ୍ରବାର ମୁମ୍ବଇସ୍ଥିତ ବିସିସିଆଇ ମୁଖ୍ୟାଳୟରେ ଆଶାୟୀଙ୍କ ସାକ୍ଷାତ୍‌କାର ନେଇଥିଲେ। ଏହି ପଦବୀ ପାଇଁ ୩ ବିଦେଶୀଙ୍କ ସମେତ ମୋଟ ୬ ଜଣ ଆବେଦନକାରୀ ଥିଲେ । ସକାଳ ୧୦ଟାରୁ ସାକ୍ଷାତ୍‌କାର ଆରମ୍ଭ ହୋଇଥିଲା । ପୂର୍ବତନ କ୍ରିକେଟର କପିଳ ଦେବ, ଅଂଶୁମାନ ଗାୟକୱା ଏବଂ ଶାନ୍ତା ରଙ୍ଗାସ୍ବାମୀଙ୍କୁ ନେଇ ଗଠିତ କ୍ରିକେଟ ପରାମର୍ଶଦାତା କମିଟି(ସିଏସି) ସନ୍ଧ୍ୟାରେ ଭାରତୀୟ ଟିମ୍‌ର ନୂଆ କୋଚ୍‌ ଚୟନ କରିବା ସହ ନାମ ଘୋଷଣା କରିଛନ୍ତି ।

- Advertisement -

ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପାଇଁ ବର୍ତ୍ତମାନର କୋଚ୍‌ ରବି ଶାସ୍ତ୍ରୀ, ପୂର୍ବତନ କ୍ରିକେଟର ଲାଲଚାନ୍ଦ ରାଜପୁତ ଏବଂ ରବୀନ ସିଂହ, ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଟମ୍‌ ମୁଡ୍ଡୀ, ମାଇକ ହାସନ ଏବଂ ଫିଲ ସିମନ୍ସ ପ୍ରମୁଖଙ୍କ ସାକ୍ଷାତାକର ନିଆଯାଇଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories