ଝାରସୁଗୁଡା: ଝାରସୁଗୁଡ଼ା ସହରସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆରୁ ଟଙ୍କା ଗଣିବା ବାହାନାରେ ମହିଳାଙ୍କ ଠାରୁ ୫୪ ହଜାର ଛଡାଇନେଲେ ଦୃର୍ବୃତ୍ତ। ମାଲିମୁଣ୍ଡାର ଭାଗବତୀ ସିଂହ କୌଣସି କାମ ପାଇଁ ଝାରସୁଗୁଡାର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ୪୫ ହଜାର ଟଙ୍କା ଉଠେଇ ଥିଲେ। ଏହି ସମୟରେ ଭାଗବତୀଙ୍କୁ ଟଙ୍କା ଗଣିଦେବାକୁ କହି ତାଙ୍କ ହାତରୁ ଦୃର୍ବୃତ୍ତ ଟଙ୍କା ନେଇ ଦୌଡି ପଳାଉଥିଲେ। ୪୫ ହଜାର ଟଙ୍କା ଧରି ଦୃର୍ବୃତ୍ତ ପଳାଉଥିବା ଦେଖି ଭାଗବତୀ ଚିର୍କ୍କାର କରିବାରୁ ସିକ୍ୟୁରିଟ ଗାର୍ଡ ଲୁଟେରାକୁ କାବୁ କରିଥିଲେ। ଲୁଟେରା ଜଣକ ମହାରାଷ୍ଟ୍ରର ନାଗପୁର ଅଞ୍ଚଳର ସଜ୍ଜାଦ ଅଲ୍ଲୀ ହୋଇଥିବା ସ୍ୱିକାର କରିଛି। ଘଟଣାସ୍ଥଳରେ ଝାରସୁଗୁଡା ଟାଉନ ପୁଲିସ ପହଞ୍ଚି ଦୁର୍ବୃତ୍ତକୁ ଗିରଫ କରିଥିବା ସହ ଅଧିକ ତଦନ୍ତ ଚଳାଇଛି। ବ୍ୟାଙ୍କ ସିସିଟିଭିରେ ସମସ୍ତ ଘଟଣା କଏଦ ହୋଇଛି।
Popular Categories



