www.samajalive.in
Wednesday, December 10, 2025
16.1 C
Bhubaneswar

ରାକ୍ଷୀପୂର୍ଣ୍ଣିମାରେ ଅଘଟଣ; ଭାଇକୁ ରାକ୍ଷୀ ବାନ୍ଧିବାକୁ ଆସି ପୁଅକୁ ହରାଇଲା ଭଉଣୀ

ଦ୍ବାରଶୁଣି: ରାକ୍ଷୀପୂର୍ଣ୍ଣିମାରେ ଭାଇକୁ ରାକ୍ଷୀ ବାନ୍ଧିବାକୁ ଆସିଥିବା ଭଉଣୀ ନିଜର ପୁଅକୁ ହରାଇଛି। ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଚାକିଡ଼ି ପଞ୍ଚାୟତର କୁକୁରଭୁକା ଗ୍ରାମରେ ଗୁରୁବାର ଏଭଳି ଦୁଃଖଦ ଘଟଣା ଘଟିଛି। ଗ୍ରାମର ଗୁଲାମ ମୁର୍ମୁଙ୍କୁ ରାକ୍ଷୀ ବାନ୍ଧିବା ଲାଗି ବିଶୋୟୀ ଥାନା ବାଉତିବେଡ଼ା ଗ୍ରାମରୁ ତାଙ୍କ ଭଉଣୀ ଏବଂ ଭିଣୋଇ ୪ବର୍ଷର ପୁଅ ମେଘରାୟ ସହିତ ଆସିଥିଲେ। ଏଠାରେ ମେଘରାୟ ଘର ବାହାରେ ଖେଳୁଥିବାବେଳେ ଅସାବଧାନତା ବଶତଃ ନିକଟରେ ଥିବା କୂଅରେ ପଡ଼ି ଯାଇଥିଲେ। ବହୁ ଖୋଜାଖୋଜି ପରେ କୂଅରୁ ମୁର୍ମୂଷୁ ଅବସ୍ଥାରେ ମେଘରାୟଙ୍କୁ ଉଦ୍ଧାର କରି ପରିବାର ଲୋକେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଥାନାରେ ଏକ ମାମଲା(୨୫/୧୯) ରୁଜୁ ହୋଇଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories