www.samajalive.in
Wednesday, December 10, 2025
16.1 C
Bhubaneswar

ହୀରାକୁଦ ଜଳସ୍ତର ୬୨୦ ଫୁଟ; ୨୦ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର: ହୀରାକୁଦ ଡ୍ୟାମର ଜଳସ୍ତର ଶୁକ୍ରବାର ୬୨୦ ଫୁଟ ଡେଇଁଛି। ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୦.୮୭ ଫୁଟ୍‌ ରହିଥିବା ସୂଚନା ମିଳିଛି। ଡ୍ୟାମର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବାବେଳେ ବର୍ତ୍ତମାନ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ଡ୍ୟାମକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୧ ହଜାର ୫୫୦ ଘନଫୁଟ ଜଳ ପ୍ରବେଶ କରୁଛି। ସେହିପରି ଡ୍ୟାମରୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୨୮ ହଜାର ୨୯୫ ଘନଫୁଟ ଜଳ ନିଷ୍କାସନ କରାଯାଉଥିବା ଜଣାପଡ଼ିଛି।

ଗତ ୧୪ ତାରିଖରୁ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ଚାଲିଛି। ଫଳରେ ରାଜ୍ୟର ଅଧିକାଂଶ ନଦୀରେ ବନ୍ୟାଜଳ ଆସିଛି। ଅନେକ ନଦୀରେ ବନ୍ୟାଜଳ ବିପଦସଙ୍କେତ ନିକଟତର ହୋଇଛି। ଆଗକୁ ଡ୍ୟାମରୁ ପାଣି ନିଷ୍କାସନ ଜାରି ରହିଲେ ଅନେକ ଅଞ୍ଚଳରେ ବନ୍ୟା ହେବା ଆଶଙ୍କା ପ୍ରକାଶ ପାଇଛି। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଜିଲା ଦେଇ ଯାଇଥିବା ନଦୀ କୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବନ୍ୟାଜଳ ପ୍ରବେଶ କରିଛି। କେତେକ ସ୍ଥାନରେ ରାସ୍ତାଘାଟରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories