www.samajalive.in
Wednesday, December 10, 2025
15.1 C
Bhubaneswar

ସେପ୍ଟେମ୍ବର ୫ରେ ‘ୱେଲକମ’ ଅଫର ସହ ବଜାରକୁ ଆସିବ ‘ଜିଓ ଜିଗାଫାଇବର’

ନୂଆଦିଲ୍ଲୀ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୋମବାର କମ୍ପାନୀର ବାର୍ଷିକ ବୈଠକରେ ‘ଜିଓ ଜିଗାଫାଇବର’ ବଜାର ପ୍ରବେଶ ନେଇ ସବୁଠୁ ବଡ଼ ଘୋଷଣା କରିଛନ୍ତି। ଜିଓ ଜିଗାଫାଇବର ବଜାର ପ୍ରବେଶ ସହ ‘ୱେଲକମ’ ଅଫର ସମ୍ପର୍କରେ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି।

ଜିଓ ଜିଗାଫାଇବର ବଜାର ପ୍ରବେଶ ସେପ୍ଟେମ୍ବର ୫ରେ ହେବ। ଜିଓ ଜିଗାଫାଇବର ପ୍ଲାନ ୭୦୦ ଟଙ୍କାରୁ ଆରମ୍ଭ ହୋଇ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିବ। କମ୍ପାନୀ ସେପ୍ଟେମ୍ବର ୫ରେ ଏନେଇ ବିଭିନ୍ନ ପ୍ଲାନର ଘୋଷଣା କରିବ। ଜିଓ ଜିଗାଫାଇବରରେ ସବୁଠୁ କମ୍ ମୂଲ୍ୟର ପ୍ଲାନରେ ବ୍ୟବହାରକାରୀଙ୍କୁ ୧୦୦ ଏମବିପିଏସ୍‍ ପର୍ଯ୍ୟନ୍ତ ସ୍ପିଡ୍‍ ମିଳିବ। ଏହାର ପ୍ରମିୟମ ପ୍ୟାକେଜରେ ଏହି ସ୍ପିଡ୍‍ ୧ ଜିବିପିଏସ୍‍ ପର୍ଯ୍ୟନ୍ତ ରହିବ। ପ୍ରକାଶ ଯେ ଏବେ ଭାରତରେ ଫିକ୍ସଡ୍‍ ବ୍ରଡବ୍ରାଣ୍ଡରେ ଡାଉନଲୋଡ ସ୍ପିଡ ୨୬.୪ ଏମବିପିଏସ୍‍ ରହିଛି ଓ ଅପଲୋଡ ସ୍ପିଡ ୨୧.୯୧ ଏମବିପିଏସ୍‍ ଅଛି।
ଜିଓ ଜିଗାଫାଇବରର ୭୦୦ ଟଙ୍କିଆ ପ୍ଲାନରେ ଉପଭୋକ୍ତାଙ୍କୁ ଏଚଡି/୪କେ ଏଲଇଡି ଟେଲିଭିଜନ ସେଟ ଏବଂ ୪କେ ସେଟଅପ ବକ୍ସ ମାଗଣା ମିଳିବ। ଅର୍ଥାତ ଗ୍ରାହକଙ୍କୁ କେବଳ ଡାଟା ପାଇଁ ମୂଲ୍ୟ ଦେବାକୁ ପଡ଼ିବ। ଭଏସ କଲ ସବୁଦିନ ପାଇଁ ଅସୀମିତ ରହିବ।
ଜିଓ ଜିଗାଫାଇବରରେ ନୂଆ ଚଳଚ୍ଚିତ୍ର ମୁକ୍ତିଲାଭ କରୁ କରୁ ‘ପ୍ରଥମ ଦିନ ପ୍ରଥମ ଶୋ’ ଦେଖାଇବ। ଅର୍ଥାତ ଜିଓ ଜିଗାଫାଇବରର ଉପଭୋକ୍ତା ଘରେ ବସି ପ୍ରଥମ ଦିନ ହିଁ ନୂଆଚଳଚ୍ଚିତ୍ର ଦେଖିପାରିବେ। ତେବେ ଏହି ସୁବିଧା ୨୦୨୦ ମଧ୍ୟଭାଗରୁ ଆରମ୍ଭ ହେବ ବୋଲି ଅମ୍ବାନୀ କହିଛନ୍ତି। ଘରେ ବସି ସିନେମା ହଲର ମଜା ନେବା ପାଇଁ ‘ମିକ୍ସଡ୍‍ ରିଆଲିଟି ଡିଭାଇସ’ର ଲଞ୍ଚ କରାଯାଇଛି। ଏହି ଡିଭାଇସ ବା ଉପକରଣରେ ଅନ୍ୟ କିଛି ଫିଚର ରହିବ। ଆକାଶ ଏବଂ ଇଶା ଅମ୍ବାନୀ ‘ମିକ୍ସ ରିଆଲିଟି’ (ଏମଆର) ଡିଭାଇସର ପ୍ରଦର୍ଶନ କରିଛନ୍ତି। ଏହାକୁ କମ୍ପାନୀର ଏମଆର ଲ୍ୟାବରେ ପ୍ରସ୍ତୁତ କରାଯାଇଛି। ମିକ୍ସ ରିଆଲିଟି ମନୋରଞ୍ଜନ ଅନୁଭୂତିକୁ ଉତ୍କର୍ଷ କରିବାରେ ସହାୟକ ହେବ। ଏଥିରେ ସବୁ ପ୍ରକାର ଖେଳ ‘ଗେମ’ ଉପଲବ୍ଧ ରହିବ। ଏଥିପାଇଁ ମାଇକ୍ରୋସଫ୍ଟ ଏବଂ ଟେସେଣ୍ଟ ସହ ଚୁକ୍ତି କରାଯାଇଛି। ରିମୋର୍ଟ ଟିଭିରେ ଭିଡିଓ କନଫ୍ରେନ୍ସିଂର ସୁବିଧା ଉପଲବ୍ଧ ରହିବ। ବ୍ରଡବ୍ରାଣ୍ଡ ସହ ଲ୍ୟାଣ୍ଡଲାଇନ ଫୋନ୍‍ ମାଗଣା ମିଳିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories