ଆରମ୍ଭ ହେଲା ଡ୍ରେନ ସଫେଇ,ସହର ବୁଲିଲେ ନିର୍ବାହୀ ଅଧିକାରୀ

ବଲାଙ୍ଗିର: ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର ସହରର ସ୍ଥିତି ବେହାଲ । ରାଜପଥରେ ଡ୍ରେନ ପାଣି ଲହଡି ମାରିବା ଫଳରେ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଡ୍ରେନ ଗୁଡିକ ଜବରଦଖଲ ହେବା ଏବଂ ଘର ନିର୍ମାଣ ହୋଇଥିବା କାରଣରୁ ଏପରି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ଏଭଲି ପରିସ୍ଥିତିକୁ ନେଇ ସହରର ତଳି ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ସାମୟିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏ ନେଇ ସ୍ୱତନ୍ତ୍ର ଭାବେ ଦୈନିକ ‘ସମାଜ’ ଖବର କାଗଜରେ ଗୁରବାର ଖବର ପ୍ରକାଶ ପାଇବା ପରେ ଆଜି ବଲାଙ୍ଗିର ପୌର ପରିଷଦର ବିଭାଗୀୟ ଅଧିକାରୀ ଚେଇଁ ଉଠିଛନ୍ତି। ଆଜି ପୌର ଅଧିକାରୀ ବିପିନ ବିହାରୀ ଦୀପ ଦିନ ତମାମ ସହରର ବିଭିନ୍ନ ୱାର୍ଡକୁ ଯାଇ ସ୍ଥିତି ପରଖିଛନ୍ତି।

kalyan agarbati

Comments are closed.