www.samajalive.in
Wednesday, December 10, 2025
15.1 C
Bhubaneswar

ଅନନ୍ତନାଗରେ ପହଞ୍ଚିଲେ ଅଜିତ ଡୋଭାଲ, ସ୍ଥାନୀୟ ଲୋକଙ୍କୁ ଭେଟିଲେ

ନୂଆଦିଲ୍ଲୀ : ଧାରା ୩୭୦ ଉଚ୍ଛେଦ ପରଠାରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜାମ୍ମୁ କାଶ୍ମୀର ରହି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି। ସେ ସ୍ଥାନୀୟ ଲୋକଙ୍କ ସହ ମିଶିବା ସହ ପରିସ୍ଥିତିକୁ ସ୍ୱାଭାବିକ ଅବସ୍ଥାକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ଶନିବାର ଅଜିତ ଡୋଭାଲ ଅନନ୍ତନାଗରେ ପହଞ୍ଚିଛନ୍ତି। ସେଠାରେ ସେ ସାଧାରଣ ଲୋକଙ୍କୁ ଭେଟି ସମସ୍ୟା ବିଷୟରେ ବୁଝୁଛନ୍ତି। ଦୁଇ ଦିନ ତଳେ ଅଜିତ ଡୋଭାଲ ସୋପିଆନାରେ ଥିଲେ। ସେଠାରେ ସେ ଲୋକଙ୍କ ସହ ବୁଲିଥିବା ଓ ବିରିୟାନି ଖାଉଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏବେ ସେ ଅନନ୍ତନାଗରେ ପହଞ୍ଚିଛନ୍ତି। ଅନନ୍ତନାଗରେ ସେ ସାଧାରଣ ଲୋକଙ୍କୁ ଇଦ ମୁବାରକ ଜଣାଇବା ସହ ହାଲଚାଲ ପଚାରି ବୁଝୁଛନ୍ତି। ଏହାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

ଏବେ ବି ଜାମ୍ମୁ କାଶ୍ମୀରରେ ୧୪୪ ଧାରା ଜାରି ରହିଛି। ଦିନରେ କିଛି ସମୟ କର୍ଫ୍ୟୁ କୋହଳ କରାଯାଉଛି ଓ ଲୋକେ ବଜାରରୁ ସଉଦାପତ୍ର କିଣୁଛନ୍ତି।

- Advertisement -

ଉଲ୍ଲେଖଯୋଗ୍ୟ ଯେ ଧାରା ୩୭୦ ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଜାମ୍ମୁ କାଶ୍ମୀରରେ ସ୍ଥିତି ବିଗିଡ଼ିବ ବୋଲି ଆଶଙ୍କା କରାଯାଉଥିଲା। ସଂସଦରେ ବିତର୍କବେଳେ କେତେକ ସାଂସଦ ଏନେଇ ଚିନ୍ତା ବ୍ୟକ୍ତ କରିଥିଲେ। ମାତ୍ର ଏବେ ଧୀରେ ଧୀରେ ପରିସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ଖୁବଶୀଘ୍ର ସାଧାରଣ ଜୀବନ ଯାତ୍ରା ସ୍ୱାଭାବିକ ହେବ ବୋଲି କୁହାଯାଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories