ଶ୍ରୀ ଗୁରୁ ରବିଦାସ ଜୀ ମନ୍ଦିର ଭଙ୍ଗାକୁ ବିରୋଧ କରି ପଞ୍ଜାବରେ ରାସ୍ତାରୋକ, ଧାରଣା

ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ ଦ୍ୱାରା ତୁଗଲକାବାଦସ୍ଥିତ ଶ୍ରୀ ଗୁରୁ ରବିଦାସ ମହାରାଜ ଜୀ’ଙ୍କ ମନ୍ଦିର ଭଙ୍ଗାକୁ ପଞ୍ଜାବରେ ବିରୋଧ କରାଯାଇଛି। ଐତିହାସିକ ତୀର୍ଥସ୍ଥଳର ମାନ୍ୟତା ପାଇଥିବା ମନ୍ଦିର ଭଙ୍ଗାକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ଏହାକୁ ନେଇ ପଞ୍ଜାବର ବିଭିନ୍ନ ସ୍ଥାନରେ ଲୋକେ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଛନ୍ତି। କେତେକ ସ୍ଥାନରେ ଲୋକେ ବିରୋଧ ପ୍ରଦର୍ଶନ ବେଳେ ଲୋକେ ଭଙ୍ଗାରୁଜା କରିବା ସହ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି।

prayash

ଅଖିଳ ଭାରତୀୟ ଆଦି ଧର୍ମ ମିଶନର ମୁଖ୍ୟ ସନ୍ତ ସତବିନ୍ଦର ହୀରା, ମୁଖ୍ୟ ପ୍ରଚାରକ ସନ୍ତ ଜୋଗିନ୍ଦର ପାଲ, ସନ୍ତ ଦୟାଲ ଚନ୍ଦ, ସନ୍ତ କରତାର ଚନ୍ଦ ଏବଂ ଆଞ୍ଚଳିକ କମିଟିର ସଦସ୍ୟ ବିରୋଧ ପ୍ରଦର୍ଶନ ପୂର୍ବକ ଗୁରୁ ମହରାଜ ଜୀ’ଙ୍କ ଜପ କରିଥିଲେ। ଐତିହାସିକ ମନ୍ଦିର ଭଙ୍ଗା ଖବର ପ୍ରଚାରିତ ହେବା ପରେ ପଞ୍ଜାବର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଛି। ଜଳନ୍ଧର, ଫଗୱାଡ଼ା, ହୋଶିୟାରପୁର ଏବଂ ଅନ୍ୟ ସହରରେ ଲୋକେ ଧାରଣାରେ ବସିଥିଲେ। ଲୋକେ ଟାୟାର ଜାଳି ଜଳନ୍ଧର-ଅମୃତସର ରାଜପଥର, ଜଳନ୍ଧର- ଲୁଧିଆନା ରାଜପଥ ଅବରୋଧ କରିଥିଲେ। ପୁଲିସ୍‍ ପ୍ରଶାସନ ବିରୋଧ ପ୍ରଦର୍ଶନସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ଏବେ ଏହା ଅନ୍ୟ ରାଜ୍ୟକୁ ବ୍ୟାପୁଥିବା ଶୁଣିବାକୁ ମିଳୁଛି।

kalyan agarbati

Comments are closed.