ଶାରଦା ଚିଟଫଣ୍ଡ ଦୁର୍ନୀତି ମାମଲା: ଡେରେକ ଓର୍ବିୟନଙ୍କୁ ସିବିଆଇ ଜେରା
କଲକାତା : ଶାରଦା ଚିଟଫଣ୍ଡ ଦୁର୍ନୀତି ମାମଲାରେ ସିବଆଇ ଶୁକ୍ରବାର ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଡେରେକ ଓର୍ବିୟନଙ୍କୁ କଲକତାରେ ପଚରାଉଚୁରା କରିଛି। ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଡେରେକ ଓର୍ବିୟନଙ୍କ ସହ ସମ୍ପୃକ୍ତ ଟିଏମସି ମୁଖପତ୍ର ‘ଜାଗୋ ବାଙ୍ଗଲା’ର କେତେକ ବ୍ୟାଙ୍କ ଖାତାରେ ଆର୍ଥିକ ନେଣଦେଣକୁ ନେଇ ଏହି ପଚରାଉଚୁରା କରାଯାଇଛି।
ବଙ୍ଗାଳୀ ଭାଷାରେ ପ୍ରକାଶିତ ହେଉଥିବା ଏହି ମୁଖପତ୍ରର ଡେରେକ ପ୍ରକାଶକ ଅଛନ୍ତି। ବହୁ କୋଟି ଟଙ୍କାର ଚିଟଫଣ୍ଡ ଦୁର୍ନୀତି ମାମଲାରେ ଜୁଲାଇ ୨୬ରେ ଡେରେକଙ୍କୁ ସମନ କରାଯାଇଥିଲା। ଅଗଷ୍ଟର ପ୍ରଥମ ପ୍ତାହରେ ଜେରା ପାଇଁ ସିବିଆଇ ନିକଟରେ ହାଜର ହେବାକୁ ତାଙ୍କୁ କୁହାଯାଇଥିଲା। ସଂସଦରେ ଅଧିବେଶନ ଚାଲୁଥିବାରୁ ହାଜର ହେବା ପାଇଁ ଡେରେକ ସିବିଆଇକୁ କିଛି ସମୟ ମାଗିଥିଲେ। ରାଜ୍ୟସଭା ଅଧିବେଶନ ଅଗଷ୍ଟ ୭ରେ ଶେଷ ହୋଇଥିଲା। ଏହାପରେ ଡେରେକ ଶୁକ୍ରବାର ସିବିଆଇ ନିକଟରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଛନ୍ତି।
Comments are closed.