www.samajalive.in
Monday, December 8, 2025
14.1 C
Bhubaneswar

ନେହେରୁବଙ୍ଗଳା ଡବଲ ମର୍ଡର ଘଟଣାର ହତ୍ୟାକାରୀ ଗିରଫ

ପାରାଦ୍ୱୀପ: ପାରାଦ୍ୱୀପ ନେହେରୁବଙ୍ଗଳା ଡବଲ ମର୍ଡର ଘଟଣାରେ ଅଭିଯୁକ୍ତକୁ ଗୁରୁବାର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟାକାରୀର ନାମ ଶିବ ଚରଣ ବେହେରା। ସେ ହତ୍ୟା କରିଥିବା ସ୍ୱିକାର କରିଛି। ସାମାନ୍ୟ ଗଣ୍ଡଗୋଳକୁ ନେଇ ସେ ହତ୍ୟା କରିଥିବା କହିଛି। ତାକୁ ଅଧିକ ପଚରାଉଚୁରା ପାଇଁ ରିମାଣ୍ଡରେ ଆଣିବ ବୋଲି ପାରାଦ୍ୱୀପ ଏଏସପି ବିଷ୍ଣୁ ଚରଣ ମିଶ୍ର କହିଛନ୍ତି। ହତ୍ୟାକାରୀ ଗିରଫ ହେବାପରେ ନେହେରୁବଙ୍ଗଳାବାସୀ ଆଶ୍ୱସ୍ତ ହୋଇଛନ୍ତି।

ସୂଚନା ଯୋଗ୍ୟ, ଜୁନ୍‍ ମାସ ୨୯ ତାରିଖରେ ନେହେରୁବଙ୍ଗଳାରେ ବୁଲାବୁଲି କରୁଥିବା ଦୁଇ ମାନସିକ ବିକୃତ୍ତ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ହତ୍ୟାକାରୀ ଦୁହିଁଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲା। ପୁଣି ନେହେରୁବଙ୍ଗଳାରେ ଥିବା ମେରାଇନ ଥାନା ଠାରୁ ମାତ୍ର୧୦୦ମିଟର ଦୂରରେ ଏହି ହତ୍ୟାକାଣ୍ଡ ଘଟଣା ଘଟିଥିଲା। ଦୁଇ ଦୁଇଟି ମର୍ଡରକୁ ନେଇ ନେହେରୁବଙ୍ଗଳା ବାସିନ୍ଦା ଭୟଭୀତ ହୋଇ ପଡିଥିଲେ। ହତ୍ୟାକାରୀକୁ ଗିରଫ କରିବାପାଇଁ ପୁଲିସ ଉପରେ ବେଶ୍‍ ଚାପ ରହିଥିଲା। ପୁଲିସ ଖୋଳତାଡ କରିବାପରେ ଜଣେ ଟ୍ରକ ଡ୍ରାଇଭର ଶିବ ଚରଣ ହତ୍ୟାକାଣ୍ଡ ଘଟାଇଛି ବୋଲି ପ୍ରମାଣ ମିଳିଥିଲା। ପ୍ରମାଣ ପାଇବା ପରେ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

- Advertisement -

ହତ୍ୟାକାରୀ ସମ୍ପର୍କରେ ପାରାଦ୍ୱୀପ ଏଏସପି ବିଷ୍ଣୁ ଚରଣ ମିଶ୍ର କହିଛନ୍ତି ଯେ, ହତ୍ୟାକାରୀ ଟ୍ରକ ଚାଳକ ଶିବ ଟିକେ ଜିଦିଆ ସ୍ୱଭାବର ବ୍ୟକ୍ତି। ସବୁବେଳେ ସେ ନିଶାରେ ଥାଏ। ଘଟଣା ଦିନ ସେ ରାତିରେ ମେରାଇନ ଥାନା ପାଖାପାଖି ଅଞ୍ଚଳରେ ବୁଲୁଥିଲା। ସେଠାରେ ଦୁଇ ମାନସିକ ବିକୃତ୍ତ ବ୍ୟକ୍ତିଙ୍କ ସହ ତା’ର କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ପରେ ଝଗଡାରେ ପରିଣତ ହୋଇଥିଲା। ଦୁଇ ମାନସିକ ବିକୃତ୍ତ ବ୍ୟକ୍ତି ହତ୍ୟାକାରୀ ଶିବକୁ ଗାଳିଗୁଲଜ କରିଥିଲେ। ସେ ରାଗରେ ଶିବ ପାଖରେ ପଡିଥିବା ଏକ ପଥରରେ ଜଣଙ୍କୁ ଛେଚି ହତ୍ୟା କରିଥିଲା। ହତ୍ୟାକାଣ୍ଡ ଦେଖି ଅନ୍ୟଜଣେ ମାନସିକ ବିକୃତ୍ତ ବ୍ୟକ୍ତି ଦୌଡ଼ି ପଳାଇଥିଲା। ପରେ ଶିବ ତାକୁ ଗୋଡାଇ ଗୋଡାଇ ପଥରରେ ଛେଚି ହତ୍ୟା କରିଥିଲା ବୋଲି କହିଛି। ହତ୍ୟାକାଣ୍ଡ ଘଟଣା ପରେ ସେ ଫେରାର ହୋଇ ଯାଇଥିଲା। ସେ ଫେରାର ହେବାପରେ ପୁଲିସର ସନ୍ଦେହ ତା ଆଡକୁ ଯାଇଥିଲା। ଆହୁରିମଧ୍ୟ ଘଟଣାସ୍ଥଳରୁ ଏକ ଗଞ୍ଜିି ଜବତ ହୋଇଥିଲା। ଏହି ଗଞ୍ଜିିଟି ସେ ପିନ୍ଧିଥିବା ଲୋକେ ଦେଖିଥିଲେ। ଗଞ୍ଜିିି ସମ୍ପର୍କରେ ପ୍ରମାଣ ପାଇବା ପରେ ପୁଲିସ ତାକୁ ପିଛା କରିଥିଲା। ଗତକାଲି ତାକୁ ଗିରଫ କରିବା ପରେ ପଚରାଉଚୁରା କରାଯାଇଥିଲା। ପଚରାଉଚୁରା ବେଳେ ସେ ହତ୍ୟାକାଣ୍ଡ କରିଥିବା ସ୍ୱିକାର କରିଛି। ହତ୍ୟାକାରୀ ଶିବର ଘର ଭଦ୍ରକ ଜିଲା ଚାନ୍ଦବାଲିରେ ହୋଇଥିବା ବେଳେ ସେ ୫ବର୍ଷ ହେଲା ମୁଣ୍ଡାପଡା ବସ୍ତିରେ ରହି ଟ୍ରକ ଚଳାଉଥିବା ସୂଚନା ମିଳିଛି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories