ଆଜି ବଡ଼ ନିଷ୍ପତ୍ତି! ସୁରକ୍ଷା ବିଶେଷଜ୍ଞ, ଗୁଇନ୍ଦା ମୁଖ୍ୟଙ୍କ ସହ ଗୃହମନ୍ତ୍ରୀଙ୍କ ଆଲୋଚନା ଦେଶ-ବିଦେଶନିଉଜ ଆଲର୍ଟବଡ଼ ଖବର By samajalive Last updated Aug 5, 2019 Share – ଶ୍ରୀନଗରରେ ୧୪୪ ଜାରି, ଜାମ୍ମୁ-କାଶ୍ମୀର ସୀମା ସିଲ୍ – ସ୍କୁଲ, କଲେଜ ଛୁଟି ଘୋଷଣା, ପରୀକ୍ଷା ବାତିଲ – ଆଜି ୯.୩୦ରେ ପ୍ରଧାମନ୍ତ୍ରୀଙ୍କ ଘରେ କ୍ୟାବିନେଟ୍ – କାଶ୍ମୀରରେ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ – ଡିଜିପିଙ୍କ ସହ ରାଜ୍ୟପାଳଙ୍କ ରାତିଅଧିଆ ଜରୁରୀ ବୈଠକ – ଲୁଚା ଛପାରେ କିଛି ହେବାର ନାହିଁ: ରାଜ୍ୟପାଳ Related Posts ଫୁଟପାଥ୍ରେ ଶୋଇଥିବାବେଳେ ଚଢିଗଲା ଡମ୍ପର, ୩… Dec 23, 2024 ଜନ୍ମଦିନରେ ସ୍ମାର୍ଟ ଫୋନ୍ ଦେବାକୁ ମନା କଲେ… Dec 23, 2024 ନୂଆଦିଲ୍ଲୀ/ଶ୍ରୀନଗର: ଘଡ଼ିକେ ଘଡ଼ି ବଦଳୁଛି ଜାମ୍ମୁ-କାଶ୍ମୀର ସ୍ଥିତି। ବିଳମ୍ବିତ ରାତିରେ କାଶ୍ମୀରରେ ୧୪୪ ଧାରା ଜାରି କରାଯାଇଛି। ପିଡିପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଓ ନେସ୍ନାଲ୍ କନ୍ଫରେନ୍ସ ଅଧ୍ୟକ୍ଷ ଓମାର ଅବଦୁଲ୍ଲା, ପିପୁଲ୍ସ କନ୍ଫରେନ୍ସ ନେତା ସଜାଦ ଲୋନ୍ଙ୍କ ସମେତ ଏକାଧିକ ରାଜନେତାଙ୍କୁ ସରକାର ଗୃହବନ୍ଦୀ କରିଛନ୍ତି। ମୋବାଇଲ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି। ଏକ ବିରଳ ପଦକ୍ଷେପ ସ୍ବରୂପ ଅପେକ୍ଷାକୃତ ଶାନ୍ତ ଅଞ୍ଚଳ କାର୍ଗିଲ ଓ ଲଦାଖ ସମେତ ସମଗ୍ର ରାଜ୍ୟର ସରକାରୀ ଅଧିକାରୀଙ୍କ ଉପରେ ରେର୍ଡ ଆଲର୍ଟ ଜାରି କରାଯାଇଛି। ଜାମ୍ମୁର ପିର୍ ପଞ୍ଜାଲ ଓ ଚେନାବ ଉପତ୍ୟକରାରେ ମଧ୍ୟ ଏଭଳି ଆଲର୍ଟ ଜାରି ସହ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଆସନ୍ତା ସପ୍ତାହକ ମଧ୍ୟରେ ହେବାକୁ ଥିବା ପରୀକ୍ଷା ମଧ୍ୟ ବାତିଲ କରାଯାଇଛି। କଲେଜ, ହଷ୍ଟେଲ, କଳକାରଖାନା ଇତ୍ୟାଦିକୁ ବନ୍ଦ କରାଯିବା ସହ ଡାକ୍ତରଖାନାଗୁଡ଼ିକକୁ ଆଶୁ ଚିକିତ୍ସା ସେବା ପାଇଁ ପ୍ରସ୍ତୁତ ରଖାଯାଇଛି। ଉପତ୍ୟକା ସାରା ଶତାଧିକ ଭ୍ରାମ୍ୟମାଣ ଗୁଳିନିରୋଧୀ ବଙ୍କର ନିର୍ମାଣ କରାଯାଇଛି। ରାଜ୍ୟର ପୁଲିସ ଅଧିକାରୀ ଓ ଉଚ୍ଚପଦସ୍ଥ ସରକାରୀ ଅଧିକାରୀଙ୍କ ଏକପ୍ରକାର ସ୍ବତନ୍ତ୍ର ମୋବାଇଲ ଫୋନ୍ ଓ ସାଟେଲାଇଟ୍ ସେଟ୍ ବ୍ୟବହାର ପାଇଁ ଦିଆଯାଇଛି। ବିଭିନ୍ନ ରାଜନୈତିକ ଦଳ କୌଣସି ରାଲି ବା ବୈଠକ କରିବା ଉପରେ ସରକାର ଅଂକୁଶ ଲଗାଇଛନ୍ତି। ଶ୍ରୀନଗରରେ ୪୦ କଂପାନୀ ଅର୍ଦ୍ଧସାମରିକ ବାହିନୀ ଏବଂ ଜମ୍ମୁ ସେକ୍ଟରରେ ୩୦ ହଜାର ସୈନ୍ୟ ମୁତୟନ କରାଯାଇଛି। ଉଭୟ ଜାମ୍ମୁ-କାଶ୍ମୀର ସହ ସୀମାରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟର ପ୍ରମୁଖ ପ୍ରତିରକ୍ଷା ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ନେଇ କାଶ୍ମୀର ନେତାମାନେ ଆତଙ୍କିତ ହୋଇପଡ଼ିଥିବାବେଳେ ସେମାନଙ୍କୁ ପୂର୍ବାହ୍ନରେ ଆଶ୍ବାସନା ଦେଇଥିବା ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ବିଳମ୍ବିତ ରାତିରେ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦେଶକଙ୍କ ସହ ଜରୁରୀ ବୈଠକ କରିଛନ୍ତି। ବିପୁଳ ସୈନ୍ୟ ସମାଗମ ପରେ କ’ଣ କେତେବେଳେ ଘଟିବ ତାହା କେହି ବୁଝି ନ ପାରି ଶଙ୍କିତ ଅବସ୍ଥାରେ ଅଛନ୍ତି। କାଶ୍ମୀରରୁ ପର୍ଯ୍ୟଟକ, ଶ୍ରମିକ, ଛାତ୍ର, କ୍ରିକେଟର ସମସ୍ତେ ଏକମୁହାଁ ହୋଇ ଫେରୁଛନ୍ତି। ବିଳମ୍ବିତ ରାତିର ପରିବର୍ତ୍ତିତ ଘଟଣାକ୍ରମକୁ ଦେଖି ଉପତ୍ୟକା ଛାଡ଼ି କାଶ୍ମୀର ପଣ୍ଡିତମାନେ ଜାମ୍ମୁ ମୁହାଁ ହୋଇଛନ୍ତି। ଆସନ୍ତାକାଲି (ସୋମବାର) ସକାଳ ୯ଟା ୩୦ରେ କେନ୍ଦ୍ରର କ୍ୟାବିନେଟ ବୈଠକରେ କାଶ୍ମୀର ସଂପର୍କରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି। କାଶ୍ମୀରର ପରିବର୍ତ୍ତିତ ପରିସ୍ଥିତି ସଂପର୍କରେ ମଧ୍ୟ ସରକାର ସଂସଦରେ ଆଲୋଚନା କରିବା ପାଇଁ ବାଚସ୍ପତିଙ୍କୁ ନୋଟିସ ଦେଇସାରିଛନ୍ତି। ରବିବାର ମଧ୍ୟାହ୍ନରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସ୍ବରାଷ୍ଟ୍ର ସଚିବ ରାଜୀବ ଗୌବା, ଗୁଇନ୍ଦା ବିଭାଗ (ଆଇବି) ମୁଖ୍ୟ ଅରବିନ୍ଦ କୁମାର, ର’ ମୁଖ୍ୟ ସାମନ୍ତ ଗୋୟଲ ପ୍ରମୁଖଙ୍କ ସହ ମିଳିତ ବୈଠକରେ ପରିସ୍ଥିତିର ସମୀକ୍ଷା କରିବା ପରେ ବିଳମ୍ବିତ ରାତିରେ ଉପରୋକ୍ତ ପଦକ୍ଷେପ ନିଆଯାଇଥିବାରୁ ଆସନ୍ତାକାଲିକୁ କୌଣସି ବଡ଼ ଧରଣର ଘଟଣା ଘଟିବା ସମ୍ଭାବନା ସୃଷ୍ଟି ହୋଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ୮ତାରିଖରେ ଶ୍ରୀନଗର ଯିବେ। ସଂସଦ ଅଧିବେଶନ ୭ତାରିଖରେ ଶେଷ ହେବା ପରେ ସେ ଶ୍ରୀନଗର ଯାଇ ସେଠାରେ ସେ ତିନି ଦିନ ଅବସ୍ଥାନ କରିବେ ବୋଲି ସୂଚନା ମିଳିଛି। ଏହି ସମୟ ମଧ୍ୟରେ ସେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ସହ ବିଧାନସଭା ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଅନୁଧ୍ୟାନ କରିବେ। କାଶ୍ମୀରକୁ ବିଭିନ୍ନ ପଥରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଓ ପୁଲୱାମା ଶୈଳୀରେ ଏକାଧିକ ସ୍ଥାନରେ ବିସ୍ଫୋରଣ ଯୋଜନା ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ସ୍ବରାଷ୍ଟ୍ରମନ୍ତ୍ରୀ ଏହାକୁ ଗୁରୁତ୍ବର ସହ ନେଇଛନ୍ତି। ଆତଙ୍କବାଦୀମାନେ ଜୁଲାଇ ୨୯ରୁ ୩୧ ମଧ୍ୟରେ ବିଭିନ୍ନ ମାର୍ଗରେ ନିୟନ୍ତ୍ରଣ ରେଖା ଅତିକ୍ରମ କରିଥିବା ସୂଚନା ମିଳିଥିବାରୁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଥିବା ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ କୁହାଯାଇଛି। ଶାହାଙ୍କ ବୈଠକର ବିବରଣୀ ଜଣାପଡ଼ି ନାହିଁ; କିନ୍ତୁ ‘ଲୁଚାଛପାରେ କିଛି ହେଉ ନାହିଁ; ଯାହା ଘଟିବ ସମସ୍ତେ ଜାଣିବେ। ସେଥିପାଇଁ ସୋମ ବା ମଙ୍ଗଳବାର ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ’ ବୋଲି କହିଛନ୍ତି ଜାମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ। ମେହବୁବା ଓ ଓମାରଙ୍କୁ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ ନ କରିବା ପାଇଁ ରାଜ୍ୟପାଳ ନିବେଦନ କରିଛନ୍ତି। ଏଥିସହିତ ଲୋକଙ୍କୁ ଆତଙ୍କିତ ନ ହୋଇ ଶାନ୍ତି ବଜାୟ ରଖିବାକୁ ସେ ନିବେଦନ କରିଛନ୍ତି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଭାରତୀୟ ଯବାନଙ୍କ ଗୁଳିରେ ପ୍ରାଣ ହରାଇଥିବା ପାକିସ୍ତାନର ୭ ଅନୁପ୍ରବେଶକାରୀ ସୈନିକ (ବର୍ଡର ଅକ୍ସନ ଟିମ୍)ଙ୍କ ମୃତଦେହ ନେବା ପାଇଁ ରବିବାର ପାକିସ୍ତାନକୁ କୁହାଯାଇଛି। ଭାରତୀୟ ସେନା ପକ୍ଷରୁ ଏ ନେଇ ପାକିସ୍ତାନକୁ ‘ଧଳା ପତାକା ସନ୍ଦେଶ’ ଦିଆଯାଇଛି। ମୃତ ଯବାନଙ୍କ ସତ୍କାର ପାଇଁ ଶବଗୁଡ଼ିକୁ ନେଇଯିବାକୁ କୁହାଯାଇଥିଲେ ମଧ୍ୟ ପାକିସ୍ତାନୀ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନାହାନ୍ତି। ଶୁକ୍ରବାର କେରାନ ସେକ୍ଟରରେ ଭାରତୀୟ ସୀମାକୁ ଅନୁପ୍ରବେଶବେଳେ ଯବାନଙ୍କ ଗୁଳିରେ ଏହି ୭ ପାକିସ୍ତାନୀ ସୀମାନ୍ତ ସୁରକ୍ଷା ବଳଙ୍କ ମୃତ୍ୟୁ ହୋଇଥିଲା ଓ ଅଦ୍ୟାବଧି ସେମାନଙ୍କ ମୃତଦେହ ଭାରତୀୟ ସୀମାରେ ପଡ଼ି ରହିଛି। ପାକିସ୍ତାନ ସେନା ପକ୍ଷରୁ ଭାରତର ଏହା ତୁଚ୍ଛା ପ୍ରଚାର ବୋଲି କୁହାଯାଇଛି। କାଶ୍ମୀର ପରିସ୍ଥିତି ଉପରୁ ବିଶ୍ବବାସୀଙ୍କ ନଜର ହଟାଇବା ପାଇଁ ଭାରତ ୫ ସୈନ୍ୟଙ୍କୁ ମାରିଥିବା ଭଳି ଅପପ୍ରଚାର କରୁଛି ବୋଲି କୁହାଯାଇଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଭାରତର ଦାବିକୁ ଖଣ୍ଡନ କରାଯାଇଛି। ପରିସ୍ଥିତିରୁ ଫାଇଦା ଉଠାଇବା ଲକ୍ଷ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟକୁୁ ଦୋହରାଇଛନ୍ତି। ଭାରତ କାଶ୍ମୀରରେ ଏବେ ଅତ୍ୟନ୍ତ ଉଗ୍ର ପଦକ୍ଷେପ ଗ୍ରହଣ କରିଛି ଓ ଅଯଥାରେ ପାକିସ୍ତାନକୁ ଦୋଷାରୋପ କରୁଛି। ଏହି ପରିପ୍ରେକ୍ଷୀରେ କାଶ୍ମୀର ସମସ୍ୟାର ସମାଧାନ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ପ୍ରସ୍ତାବ ଗ୍ରହଣଯୋଗ୍ୟ ଏବଂ ବର୍ତ୍ତମାନ ଏଥିପାଇଁ ଉପଯୁକ୍ତ ସମୟ ଆସିଛି ବୋଲି ଇମ୍ରାନ କହିଛନ୍ତି। ନିଜ ଅଧିକାର ସାବ୍ୟସ୍ତ ପାଇଁ କାଶ୍ମୀରବାସୀଙ୍କ ଦୀର୍ଘ ସଂଗ୍ରାମର ଅନ୍ତ ଘଟାଇବା ସମୟ ଆସିଛି। ଜାତିସଙ୍ଘ ପ୍ରସ୍ତାବ ଆଧାରରେ ସେମାନଙ୍କୁ ଆତ୍ମନିର୍ଦ୍ଧାରଣ ସୁଯୋଗ ଦିଆଯିବା ଉଚିତ ବୋଲି ଇମ୍ରାନ ଦାବି କରିଛନ୍ତି। ଅପରପକ୍ଷରେ ସାମ୍ପ୍ରତିକ ପରିସ୍ଥିତିି ନେଇ ପିଡିପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଶ୍ରୀନଗରଠାରେ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଥିଲେ। ବୈଠକ ପରେ ନ୍ୟାସନାଲ କନ୍ଫରେନ୍ସ (ଏନ୍ସି) ନେତା ଫାରୁକ ଅବଦୁଲ୍ଲା ଉଭୟ ଭାରତ ଓ ପାକିସ୍ତାନକୁ କାଶ୍ମୀରରେ ଉତ୍ତେଜନା ବୃଦ୍ଧି କଲା ଭଳି କିଛି ନ କରିବାକୁ ପରାମର୍ଶ ଦେଇଛନ୍ତି। ବୈଠକରେ ଏନ୍ସି ନେତା ଓମାର ଅବଦୁଲ୍ଲାଙ୍କ ସହ ଅନ୍ୟ ଆଞ୍ଚଳିକ ଦଳର ନେତାଙ୍କ ସହ ବିଚ୍ଛିନ୍ନତାବାଦୀ ନେତାମାନେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାର ବିପୁଳ ସୈନ୍ୟ ମୁତୟନ ମାଧ୍ୟମରେ ରାଜ୍ୟରେ ଅଯଥା ଆତଙ୍କ ସୃଷ୍ଟି କରୁଛନ୍ତି ଏବଂ ରାଜ୍ୟରୁ ସମ୍ବିଧାନର ଧାରା-୩୫(ଏ) ଉଚ୍ଛେଦ କରିବା ମସୁଧା ରଖିଛନ୍ତି ବୋଲି ପୂର୍ବରୁ କହିଆସୁଥିବା ମେହବୁବା ବୈଠକ ମାଧ୍ୟମରେ କେନ୍ଦ୍ର ବିରୋଧରେ ରାଜ୍ୟର ରାଜନୈତିକ ଶକ୍ତିଙ୍କୁ ଏକଜୁଟ କରିବା ପ୍ରୟାସ ଚଳାଇଛନ୍ତି। ମେହବୁବା ଏକ ହୋଟେଲରେ ଏହି ବୈଠକ ଡାକିଥିଲେ; କିନ୍ତୁ ସେଠାରେ ବୈଠକ ପାଇଁ ଅନୁମତି ନ ମିଳିବାରୁ ନିଜ ଘରେ ବୈଠକ ଆୟୋଜନ କରିଥିଲେ। କାଶ୍ମୀର ଛାଡ଼ିଲେଣି ୨୦ହଜାର ପର୍ଯ୍ୟଟକ କାଶ୍ମୀରରୁ ଅମରନାଥ ଯାତ୍ରୀଙ୍କ ସହ ଦେଶୀ ଓ ବିଦେଶୀ ପର୍ଯ୍ୟଟକ, ଛାତ୍ରଛାତ୍ରୀ ତଥା ଶ୍ରମିକ ଶ୍ରେଣୀଙ୍କ ପ୍ରତ୍ୟାବର୍ତ୍ତନ ଯୋଗୁଁ ଷ୍ଟେସନ, ବିମାନବନ୍ଦର ଆଦି ଜାମ୍ ହୋଇଯାଇଛି। ଭାରତୀୟ ଦଳର ପୂର୍ବତନ ଖେଳାଳି ଇର୍ଫାନ୍ ପଠାନଙ୍କ ସହ ୧୦୦ କ୍ରିକେଟରଙ୍କୁ ତୁରନ୍ତ କାଶ୍ମୀର ଛାଡ଼ିବା ପାଇଁ ନିର୍ଦେଶ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ପକ୍ଷରୁ ପୁନର୍ବାର ଶ୍ରୀନଗର-ଦିଲ୍ଲୀ ବିମାନରେ ଯାତ୍ରୀ ଭଡ଼ା ହ୍ରାସ କରାଯାଇଛି। ବିମାନରେ ପ୍ରାୟ ୭ହଜାର ପର୍ଯ୍ୟଟକ ଫେରିଥିବା କୁହାଯାଇଛି। ଶନିବାର ସୁଦ୍ଧା ୨୦ହଜାର ଯାତ୍ରୀ ବିଭିନ୍ନ ମାଧ୍ୟମରେ କାଶ୍ମୀର ଛାଡ଼ିଥିବା ଜଣାଯାଇଛି। ଶୁକ୍ରବାର କାଶ୍ମୀର ଛାଡ଼ିବା ପାଇଁ ପର୍ଯ୍ୟଟକଙ୍କୁ କେନ୍ଦ୍ର ସରକାରଙ୍କ ନିର୍ଦେଶ ପରେ ରାଜ୍ୟର ପ୍ରାୟ ସମସ୍ତ ରାସ୍ତାଘାଟ ଶୂନ୍ଶାନ୍ ହୋଇଯାଇଛି। ପ୍ରାୟ ୩୫ହଜାର ଅତିରିକ୍ତ ସୁରକ୍ଷାକର୍ମୀ ମୁତୟନ ହେବା ନେଇ ରାଜ୍ୟବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। odia newsodisha news Share FacebookTwitterWhatsApp
Comments are closed.