www.samajalive.in
Saturday, December 13, 2025
23.1 C
Bhubaneswar

ଇଣ୍ଡୋନେସିଆରେ ଭୂକମ୍ପ ପରେ ସୁନାମୀ ସତର୍କତା

ଜାକର୍ତ୍ତା: ଇଣ୍ଡୋନେସିଆର ସୁମାତ୍ରା ଏବଂ ଜାଭା ଦ୍ବୀପରେ ଶୁକ୍ରବାର ଭୂମିକମ୍ପ ପରେ ସୁନାମୀ ସତର୍କତା ଜାରି କରାଯାଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭ ରହିଛି। ଭୂକମ୍ପ ପରେ ଉପକୂଳ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି। ଇଣ୍ଡୋନେସିଆର ଜିଓଫିଜିକ୍ସ ଏଜେନ୍ସୀ ପକ୍ଷରୁ ଏହି ସତର୍କତା ଜାରି ହୋଇଛି। ଭୂମିକମ୍ପରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳି ନ ଥିଲେ ହେଁ ଜାକର୍ତ୍ତାରେ ବଡ଼ ଧରଣର ଝଟ୍‌କା ଅନୁଭୂତ ହୋଇଥିଲା। ଲୋକମାନେ ଭୟରେ ଘରୁ ବାହାରି ଆସିଥିଲେ। ବାଣ୍ଟେନ ଉପକୂଳରେ ରହୁଥିବା ଲୋକମାନଙ୍କୁ ତୁରନ୍ତ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରିବା ଲାଗି ଇଣ୍ଡୋନେସିଆ ବିପର୍ଯ୍ୟୟ ମୁକାବିଲା ସଂସ୍ଥା ପକ୍ଷରୁ କୁହାଯାଇଛି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories