www.samajalive.in
Thursday, December 11, 2025
14.1 C
Bhubaneswar

ରାଜ୍ୟସଭା ଓ କଂଗ୍ରେସରୁ ଇସ୍ତଫା ଦେଲେ ସଂଜୟ ସିଂହ, ବିଜେପିରେ ମିଶିବେ

ନୂଆଦିଲ୍ଲୀ : ଗାନ୍ଧୀ ପରିବାରର ଅତିଘନିଷ୍ଠ ଡ. ସଂଜୟ ସିଂହ ମଙ୍ଗଳବାର କଂଗ୍ରେସ ଏବଂ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ବୁଧବାର ବିଜେପିରେ ଯୋଗଦେବେ ବୋଲି କୁହାଯାଉଛି।
ସଂଜୟ ସିଂହ ହେଛନ୍ତି ଅମେଠି ରାଜପରିବାରର ସଦସ୍ୟ। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ସିଂଜୟ ସିଂହଙ୍କୁ ସୁଲତାନପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ସେଠାରେ ସଂଜୟ ନିଜ ଜମାନତ ବଞ୍ଚାଇପାରିନଥିଲେ। ଡ. ସଂଜୟ ସିଂହ ଆସାମରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ଆଉ ବର୍ଷେ ଥିଲା। ମାତ୍ର ଏହା ପୂର୍ବରୁ ସେ ରାଜ୍ୟସଭା ଏବଂ କଂଗ୍ରେସ ଦଳ ଛାଡ଼ିଛନ୍ତି।
କଂଗ୍ରେସରୁ ଇସ୍ତଫା ଦେବା ପରେ ସଂଜୟ କହିଛନ୍ତି ଯେ କଂଗ୍ରେସରେ ନେତୃତ୍ୱର ମରୁଡ଼ି ଅଛି ତେଣୁ ମୁଁ ଏହି ଦଳ ଛାଡୁଛି। ବିଜେପିର ‘ସମସ୍ତ ସହ ସମସ୍ତଙ୍କ ବିକାଶ’ ପାଇଁ ମୁଁ ମୋଦୀଙ୍କ ସମର୍ଥନ ଜଣାଉଛି।
ସଂଜୟ ସିଂହ ନିଜ ରାଜନୈତିକ ଜୀବନର ଆରମ୍ଭ କଂଗ୍ରେସରୁ କରିଥିଲେ। ରାମ ମନ୍ଦିର ଆନ୍ଦୋଳନ ସମୟରେ ସେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିଲେ। ୧୯୯୮ରେ ସେ ଅମେଠି ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ କ୍ୟାପ୍ଟେନ ସତୀଶ ଶର୍ମାଙ୍କୁ ହରାଇ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ମନ୍ତ୍ରୀ ହୋଇଥିଲେ। ରାହୁଲ ଗାନ୍ଧୀଙ୍କ କଂଗ୍ରେସର ପ୍ରବେଶ ପରେ ସେ ବିଜେପି ଛାଡ଼ି କଂଗ୍ରେସକୁ ଫେରିଥିଲେ। ୨୦୦୯ ଲୋକସଭା ନିର୍ବାଚନରେ ସେ ସୁଲତାନପୁର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ମାତ୍ର ୨୦୧୯ ଲୋକସଭା ନିର୍ବାଚନରେ ସେ ସୁଲତାନପୁର ଆସନରେ ନିଜ ଜମାନତ ହରାଇଥିଲେ।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories