www.samajalive.in
Thursday, December 11, 2025
14.1 C
Bhubaneswar

ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା; ଶହେ ଫୁଟ ତଳକୁ ଖସିଲା ଆଇରନ ବୋଝେଇ ଟ୍ରକ

କଳାବାଡିଆ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷୀ ବ୍ଲକ ଅନ୍ତର୍ଗତ ଦ୍ୱାରଶୁଣି ଘାଟିରେ ମଙ୍ଗଳବାର ପୁଣି ଥରେ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଏକ ଆଇରନ ବୋଝେଇ ଏକ ଟ୍ରକ ଘାଟିରୁ ଓହ୍ଲାଉ ଥିବା ବେଳେ ବ୍ରେକ ଫେଲ ହୋଇଯାଇଥିଲା। ବ୍ରେକ ନ ଧରିବାରୁ ଟ୍ରକଟି ଭାରସାମ୍ୟ ହରାଇ ଶହେ ଫୁଟ ତଳକୁ ଖସି ପଡି ଚୁରମାର ହୋଇଯାଇଛି। ସୌଭାଗ୍ୟବଶତଃ ଟ୍ରକ୍ ଡ୍ରାଇଭର ଓ ହେଲ୍ପର ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ବାଙ୍ଗରିପୋଷି ପୁଲିସ ଓ ଅଗ୍ନୀଶମ ବିଭାଗ କର୍ମଚାରୀ ଆସି ଆହତ ଡ୍ରାଇଭର ଓ ହେଲ୍‌ପରଙ୍କୁ ଉଦ୍ଧାର କରି ବାଙ୍ଗରିପୋଷି ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଦ୍ୱାରଶୁଣି ଘାଟିରେ ବାରମ୍ବାର ଦୁର୍ଘଟଣା ହେଉଥିବା ବେଳେ ପ୍ରଶାସନର ଏଦିଗ ପ୍ରତି କୌଣସି ନିଘା ନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories