www.samajalive.in
Monday, December 8, 2025
13.1 C
Bhubaneswar

ମଙ୍ଗଳସୂତ୍ର ଧାରଣ କରିବାର ଧାର୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ

ଭାରତୀୟ ସମାଜରେ ସର୍ବଦା ମଙ୍ଗଳସୂତ୍ରକୁ ବିବାହର ଓ ସ୍ୱାମୀଙ୍କର ଏକ ପ୍ରତୀକ ବୋଲି କୁହାଯାଏ। ତେଣୁ ବିବାହ ପରେ ସଧବା ନାରୀମାନେ ଏହାକୁ ଶ୍ରଦ୍ଧାପୂର୍ବକ ଧାରଣ କରି ଥାଆନ୍ତି। ଏହା ଷୋହଳ ଶୃଙ୍ଗାର ମଧ୍ୟରୁ ଗୋଟିଏ ଅଟେ। ମଙ୍ଗଳସୂତ୍ର ଧାରଣ କରିବା ଏକ ପରମ୍ପରା ଭାବେ ବହୁ ପୁରାତନ ସମୟରୁ ପାଳନ ହୋଇଆସୁଛି। ମାତ୍ର ଏହା କେବଳ ଏକ ଗହଣା ନୁହେଁ, ଏଥିରେ ବହୁ ଚତ୍ମକାରୀ ଓ ଲାଭଦାୟକ ଗୁଣ ମଧ୍ୟ ରହିଛି।

 ମଙ୍ଗଳସୂତ୍ରର  ଧାର୍ମିକ ମହତ୍ତ୍ୱ ଓ ଏହା ସହ ଜଡ଼ିତ ମାନ୍ୟତା- 

- Advertisement -

ହିନ୍ଦୁ ଧର୍ମର ପରମ୍ପରା ଅନୁଯାୟୀ ବିବାହ ପରେ ମହିଳାମାନେ ବିଭିନ୍ନ ଶୃଙ୍ଗାର ଦ୍ରବ୍ୟ ବ୍ୟବହାର କରିଥାଆନ୍ତି। ଏହାସହ ବହୁ ଗହଣା ପିନ୍ଧିବାର ମଧ୍ୟ ଆବଶ୍ୟକତା ଥାଏ।   ମଙ୍ଗଳସୂତ୍ର ମଧ୍ୟ ସେହି ଗହଣା ମଧ୍ୟରୁ ଗୋଟିଏ।  ମଙ୍ଗଳସୂତ୍ର କଳା ମୋତି ଓ ସୁନାର ଲକେଟକୁ ନେଇ ତିଆରି କରାଯାଏ। ଏହା ଅଖଣ୍ଡ ସୌଭାଗ୍ୟର ପ୍ରତୀକ କାରଣ ନାରୀଟି ନିଜ ସ୍ୱାମୀଙ୍କ ଦ୍ୱାରା ହିଁ ବିବାହ ସମୟରେ ମଙ୍ଗଳସୁତ୍ର ପିନ୍ଧିଥାଏ।  ମଙ୍ଗଳସୂତ୍ରରେ ଥିବା କଳା ମୋତି ନାରୀମାନଙ୍କୁ ନକରାତ୍ମକ ଦୃଷ୍ଟିରୁ ରକ୍ଷା କରିଥାଏ।

courtesy : artsycraftsydad.com

 

ମଙ୍ଗଳସୂତ୍ର ଧାରଣ କରିବାର ବୈଜ୍ଞାନିକ ମହତ୍ତ୍ୱ –

ବୈଜ୍ଞାନିକ ଦୃଷ୍ଟିକୋଣରୁ କୁହାଯାଏ ଯେ, ମଙ୍ଗଳସୂତ୍ର ସୁନା ଅଥବା ଚାନ୍ଦି ଓ କଳା ମୋତିରେ ନିର୍ମିତ ହୋଇଥାଏ। ଦୁଇଟି ଧାତୁ ଚାନ୍ଦି ଓ ସୁନା ମହିଳାଙ୍କ ହୃଦୟକୁ ସୁସ୍ଥ ରଖିଥାଏ। ଏହି ଧାତୁ କାରଣରୁ ନାରୀମାନଙ୍କ ରକ୍ତଚାପ ସଠିକ ରହିଥାଏ। ମଙ୍ଗଳସୂତ୍ରରେ ଥିବା ସୁନା ଶକ୍ତି ଓ ତେଜର ପ୍ରତୀକ। ତେଣୁ ସୁନା ଧାରଣ କରିବା ଦ୍ୱାରା ମହିଳାଙ୍କୁ ଶକ୍ତି ମିଳିଥାଏ। ମଙ୍ଗଳସୂତ୍ରରେ ଥିବା କଳା ମୋତି ବାୟୁଜନିତ ରୋଗରୁ ରକ୍ଷା କରିବା ପାଇଁ ଶକ୍ତି ପ୍ରଦାନ କରିଥାଏ। ମଙ୍ଗଳସୂତ୍ର ଧାରଣ କରିବା ଦ୍ୱାରା ମହିଳାଙ୍କ ଶରୀରରେ ସକରାତ୍ମକ ଶକ୍ତି ରହିବା ସହ ସେ ନିଜକୁ ଶକ୍ତିଶଳୀ ଅନୁଭବ କରିଥାଆନ୍ତି। 

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories