www.samajalive.in
Sunday, December 7, 2025
18.1 C
Bhubaneswar

ୟେଦୁରପ୍ପା ସରକାରଙ୍କ ନିଷ୍ପତ୍ତି: କର୍ଣ୍ଣାଟକରେ ପାଳନ ହେବନି ଟିପୁ ସୁଲତାନ ଜୟନ୍ତୀ

ବେଙ୍ଗାଲୁରୁ : କର୍ଣ୍ଣାଟକର ନୂଆ ବିଜେପି ସରକାର ଟିପୁ ସୁଲତାନଙ୍କ ଜୟନ୍ତୀ ପାଳନ ଉପରେ ପ୍ରତିବନ୍ଧକ ଲଗାଇଛି । ସୋମବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କନ୍ନଡ ସଂସ୍କୃତି ବିଭାଗ ଏନେଇ ନିର୍ଦେଶ ଜାରି କରିଛି। ବିଜେପର ବିରୋଧ ପରେ ୨୦୧୫ରେ ସିଦ୍ଧରମେୟାଙ୍କ ସରକାର ଟିପୁ ଜୟନ୍ତୀ ପାଳନ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା।
ଏବେ ୟେଦୁରପ୍ପାଙ୍କ ସରକାର ପକ୍ଷରୁ ଜାରି ନିର୍ଦେଶରେ କୁହାଯାଇଛି ଯେ ରାଜ୍ୟରେ ଟିପୁ ଜୟନ୍ତୀ ପାଳନର ପରମ୍ପରା ନାହିଁ, ତେଣୁ ଏହି ଜୟନ୍ତୀ ଆମେ ପାଳନ କରିବୁ ନାହିଁ ବୋଲି ନିଷ୍ପତ୍ତି ନେଇଛୁ। ଅପରପକ୍ଷରେ ବିଜେପି ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ବିରୋଧ କରିଛି। ବିଜେପି ଗେରୁଆକରଣ ରାଜନୀତି କରୁଛି ଓ ସେଥିପାଇଁ ଏହି ଜୟନ୍ତୀ ପାଳନ ଉପରେ ରୋକ ଲଗାଇଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
ପ୍ରକାଶ ଯେ ଅଷ୍ଟାଦଶ ଶତାବ୍ଦୀର ପ୍ରସିଦ୍ଧ ମହୀଶୂର ଶାସକ ଟିପୁ ସୁଲତାନଙ୍କ ଜନ୍ମ ୧୭୫୦ ନଭେମ୍ବର ୧୦ରେ ହୋଇଥିଲା। ଟିପୁଙ୍କ ଶାସନକୁ ନେଇ ଐତିହାସିକମାନେ ଭିନ୍ନ ଭିନ୍ନ ମତ ଦେଇଥାନ୍ତି। ଇଂରେଜ ବିରୋଧରେ ସେ ୪ଟି ଯୁଦ୍ଧ ଲଢିଥିବାରୁ ତାଙ୍କୁ ଗୋଟିଏ ବର୍ଗ ସମର୍ଥନ କରିଥାଏ। ତେବେ ବିଜେପି ଏବଂ ଅନ୍ୟ କେତେକ ଦକ୍ଷିଣପନ୍ଥୀ ସଂଗଠନ ଟିପୁ ସୁଲତାନଙ୍କୁ ଧର୍ମାନ୍ଧ ଏବଂ ହିନ୍ଦୁ ବରୋଧୀ ଶାସକ ଭାବେ ଉପସ୍ଥାପିତ କରିଆସୁଛନ୍ତି। କର୍ଣ୍ଣାଟକରେ ଟିପୁ ଜୟନ୍ତୀ ପାଳନକୁ ନେଇ ଦୀର୍ଘ ଦିନ ହେବ ରାଜନୈତିକ ବିବାଦ ଲାଗି ରହିଛି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories