www.samajalive.in
Wednesday, December 10, 2025
16.1 C
Bhubaneswar

ଆଜି ଦ୍ବିତୀୟ ଓଜେଇଇ ; ୨୦ଟି ସହରରେ ୩୧ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା

ଭୁବନେଶ୍ବର : ଆଜି ରାଜ୍ୟରେ ସ୍ବତନ୍ତ୍ର ତଥା ଦ୍ବିତୀୟ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁ‌ଷ୍ଠିତ ହେଉଛି । ୨୦ଟି ସହରରେ ୩୧ ପରୀକ୍ଷା କେନ୍ଦ୍ରରେ ମୋଟ ୧୭,୬୭୯ ବିଦ୍ୟାର୍ଥୀ ପରୀକ୍ଷା ଦେଉଛନ୍ତି ।  ଦୁଇଟି ସିଟିଂରେ ପରୀକ୍ଷା  ଅନୁଷ୍ଠିତ ହେଉଛି । ପ୍ରଥମ ସିଟିଂ ସାଢେ ୯ଟାରୁ ୧୦.୩୦ ମିନିଟ ଯାଏ ଚାଲିବ। ଏହି ସିଟିଂରେ ବି.ଟେକ୍ ଓ ବି.ଫାର୍ମା ପାଇଁ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ବି.ଟେକ୍‌ରେ ୭,୭୭୧ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ବି.ଫାର୍ମାରେ ୧୧୬୧ ଜଣ ପରୀକ୍ଷାର୍ଥୀ ଅଛନ୍ତି।

ସେହିପରି ଦ୍ବିତୀୟ ସିଟିଂ ମଧ୍ୟାହ୍ନ ୧୨ଟାରୁ ୧ଟାଏ ପର୍ଯ୍ୟନ୍ତ ଚାଲିବ। ଏହି ସିଟିଂରେ ଲାଟେରାଲ ଟେକ୍ ଡିପ୍ଲୋମା, ଲାଟେରାଲ ଟେକ୍(ବି.ଏସ୍‌), ଏମ୍‌ବିଏ, ଏମ୍‌ସିଏ, ଲାଟେରାଲ ଏମ୍‌ସିଏ ଓ ଏମ୍‌.ଫାର୍ମା ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଲାଟେରାଲ ଟେକ୍ ଡିପ୍ଲୋମାରେ ୪୩୧୨, ଲାଟେରାଲ ଟେକ୍ ବି.ଏସ୍‌ରେ ୧୨୦, ଏମ୍‌ବିଏରେ ୩୪୦୪,ଏମ୍‌ସିଏରେ ୬୧୪, ଲାଟେରାଲ ଏମ୍‌ସିଏ ୨୪୭, ଏମ.ଫାର୍ମାରେ ୪୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ତେବେ ଏହି ପରୀକ୍ଷା ଅଫ୍‌ଲାଇନରେ କରାଯାଉଛି  ବୋଲି ଓଜେଇଇ ପକ୍ଷରୁ ସୂଚନା ମିଳିଛି।

Hot this week

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

Related Articles

Popular Categories