www.samajalive.in
Tuesday, December 9, 2025
15.1 C
Bhubaneswar

ଆଜି ଶିଲା ଦୀକ୍ଷିତଙ୍କ ଶେଷକୃତ୍ୟ ; ଦିଲ୍ଲୀରେ ୨ଦୁଇଦିନିଆ ଶୋକ

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ଶେଷକୃତ୍ୟ ରବିବାର ନିଗମବୋଧ ଘାଟଠାରେ ସଂପନ୍ନ ହେବ। ଶନିବାର ୮୧ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା ଶୀଲା ଦୀକ୍ଷିତଙ୍କ ପରଲୋକରେ ଦିଲ୍ଲୀ ସରକାର ଦୁଇଦିନିଆ ଶୋକ ପାଳନ କରୁଛନ୍ତି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।
ରାଷ୍ଟ୍ରପତି କୋବିନ୍ଦ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି, ଶିଲା ଦୀକ୍ଷିତ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ ସମୟରେ ଦିଲ୍ଲୀର ଯେଉଁ ବିକାଶ କରିଛନ୍ତି ସେଥିପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ।
ଉପରାଷ୍ଟ୍ରପତି ଏମ୍. ନାଇଡୁ କହିଛନ୍ତି, ସେ ଜଣେ ଉତ୍ତମ ପ୍ରଶାସକ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦିଲ୍ଲୀର ବିକାଶରେ ଶିଲା ଦୀକ୍ଷିତଙ୍କ ଭୂମିକା ଅତୁଳନୀୟ। ପ୍ରଧାନମନ୍ତ୍ରୀ ତାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ବିଜେପି ସଭାପତି ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୀଲା ଦୀକ୍ଷିତଙ୍କ ପରଲୋକରେ ଶୋକ ବ୍ୟକ୍ତ କରିବା ସହ ତାଙ୍କ ପରିବାର ଓ ସମର୍ଥକଙ୍କୁ ସମବେଦନା ଜଣାଇଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଶୀଲା ଦୀକ୍ଷିତଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୀଲା ଦୀକ୍ଷିତଙ୍କ ନିଧନରେ କଂଗ୍ରେସ ଅଭୂତପୂର୍ବ କ୍ଷତି ଘଟିଛି ବୋଲି କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ କହିଛନ୍ତି, ମୁଖ୍ୟମନ୍ତ୍ରୀ ଥିବାବେଳେ ସେ କରିଥିବା ଦିଲ୍ଲୀର ବିକାଶ ପାଇଁ ସେ ଦିଲ୍ଲୀର ଜନସାଧାରଣଙ୍କ ହୃଦୟରେ ସେ ସର୍ବଦା ବଞ୍ଚି ରହିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories