କଟକ : ପୁଣ୍ୟଶ୍ଳୋକ ଉତ୍କଳମଣି ଗୋପବନ୍ଧୁଙ୍କ ନାମରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଚେୟାର ପ୍ରତିଷ୍ଠାନ ପାଇଁ ‘ସମାଜ’ ଅନୁଷ୍ଠାନ ପକ୍ଷରୁ ତତ୍କାଳିନ ସମ୍ପାଦକ ଡ. ରାଧାନାଥ ରଥ ୨ ଲକ୍ଷ ଟଙ୍କାର ଏକ ଚେକ୍ ଉତ୍କଳ ବିଶ୍ୱବିଦ୍ୟାଳୟଠାରେ ଦାଖଲ କରିଥିଲେ ଓ ଶିକ୍ଷାବିତ୍ ଡ. ନିତ୍ୟାନନ୍ଦ ଶତପଥୀ ଏହି ଚେକ୍ ଡ. ରାଧାନାଥ ରଥଙ୍କଠାରୁ ଗ୍ରହଣ କରି ତାହା ଉତ୍କଳ ବିଶ୍ୱବିଦ୍ୟାଳୟରେ ପଇଠ କରିଥିଲେ। ମାତ୍ର ଦୀର୍ଘ ୩୫ ବର୍ଷ ବିତିଯାଇଥିଲେ ବି ଉତ୍କଳ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଏ ବିଷୟରେ ଲଜ୍ଜାକର ନିରବତା ଓ ଉଦାସୀନତା ପ୍ରକାଶ କରିଛନ୍ତି।
ସାରା ରାଜ୍ୟବାସୀଙ୍କ ପ୍ରତିକ୍ରିୟାକୁ ସମ୍ମାନ ଜଣାଇ ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଏ ବିଷୟରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଉତ୍କଳମଣିଙ୍କ ସ୍ମୃତିରେ ପ୍ରତିଷ୍ଠିତ ଏହି ଚେୟାର ସମ୍ବନ୍ଧିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି। ଏ ବିଷୟରେ ମଧ୍ୟ ପତ୍ର ମାଧ୍ୟମରେ ରାଜ୍ୟଶିକ୍ଷା ସଚିବ ଓ ଶିକ୍ଷାମନ୍ତ୍ରୀଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରାଯାଇଛି।
‘ଗୋପବନ୍ଧୁ ଚେୟାର’ର ପୁନରୁଦ୍ଧାର ପାଇଁ ନିବେଦନ
Popular Categories



