କୁଲଡିହାରେ ଶିକାରୀ-ବନକର୍ମଚାରୀ ଖଣ୍ଡଯୁଦ୍ଧ

0

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟ ଭିତରେ ବନବିଭାଗର ପାଟ୍ରୋଲିଂ ଚାଲିଥିବା ସମୟରେ ୧୦୦ରୁ ଅଧିକ ସଶସ୍ତ୍ର ଶିକାରୀ ଓ ନିରସ୍ତ୍ର ବନକର୍ମଚାରୀ ମଧ୍ୟରେ ବୁଧବାର ଅପରାହ୍ଣରେ ଖଣ୍ଡଯୁଦ୍ଧ ଘଟିଛି।
କୁଲଡିହା ଅଭୟାରଣ୍ୟର ବଡ଼ଶାଳଛକ ନିକଟରେ ବନକର୍ମଚାରୀମାନେ ଶିକାରୀଙ୍କୁ ଘଉଡ଼ାଉଥିବା ସମୟରେ ସେମାନେ ସଂଘବଦ୍ଧ ହୋଇ ପାଲଟା ଆକ୍ରମଣ କରିଛନ୍ତି। କଟୁରୀ, ଠେଙ୍ଗା, ଧନୁତୀର, ବନ୍ଧୁକ ଦେଖାଇ ଶତାଧିକ ଶିକାରୀ ବନକର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି। କୁଟୁରୀ ଚୋଟରେ ସଜନାଗଡ଼ ଗାର୍ଡ଼ ଧ୍ରୁବଚରଣ ରେଡ୍ଡୀ, ଚାଳକ ନୀଳକଣ୍ଠ ଜେନାଙ୍କ ସମେତ ୫ରୁ ଅଧିକ ବନକର୍ମଚାରୀ ଗୁରୁତର ହୋଇଥିବା ସୂଚନା ମିଳିଛି। ଏହି ଦୁଇଜଣ କର୍ମଚାରୀ ସେଠାରୁ ଖସି ଆସି ନୀଳଗିରି ମେଡିକାଲରେ ଚିକିତ୍ସାଧୀନ ଥିବା ଜଣା ପଡିଛି। ଅନ୍ୟମାନେ ଘଞ୍ଚ ଜଙ୍ଗଲ ଭିତରେ ଶିକାରୀଙ୍କ କବ୍‍ଜାରେ ରହିଥିବା ସୂଚନା ମିଳିଛି। ଜଙ୍ଗଲ ଭିତରେ କୌଣସି ମୋବାଇଲ ସିଗ୍‍ନାଲ ଆସୁନଥିବାରୁ ଅନ୍ୟମାନଙ୍କ ସହ ଯୋଗାଯୋଗ ହୋଇପାରିନାହିଁ। ତେବେ ଶିକାରୀମାନେ ରକ୍ତମୁଖା ହୋଇଥିବା ଗୁରୁତର ବନ କର୍ମଚାରୀମାନେ ସୂଚନା ଦେଇଛନ୍ତି।

Leave A Reply